କୋଭିଡ୍‌ ନିୟମ ଉଲ୍ଲଂଘନ, ମାର୍କେଟ୍ ବିଲ୍ଡିଂ ସିଲ୍

ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍ । କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ସିଲ କରିଛି ଭୁବନେଶ୍‌ବର ମ୍ୟୁନିସିପାଲିଟି କର୍ପୋରେସନ୍‌ । ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ୪୮ ଘଣ୍ଟା ପାଇଁ ସିଲ୍‌ କଲା ବିଏମ୍‌ସି । ବାରମ୍ବାର ଚେତାଇବା ପରେ ମଧ୍ୟ ଲୋକମାନେ ଗାଇଡ୍‌ଲାଇନ୍‌ ମାନୁନଥିବାରୁ ବିଏମସି ଏଭଳି ପଦକ୍ଷେପ ନେଇଛି । କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗ ପରେ ବିଏମସି ଏବଂ କମିସନରେଟ୍‌ ପୋଲିସ ପକ୍ଷରୁ ମଳିତ ଚଢଉ କରାଯାଇଥିଲା । ଚଢଉ ବେଳେ ଲୋକମାନେ କୋଭିଡ୍ ନିୟମକୁ ଫୁ କରି ପ୍ରବଳ ଭିଡ ଜମାଇଥିଲେ । ତେବେ ବାଧ୍ୟ ହୋଇ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂକୁ ୪୮ ଘଣ୍ଟା ପାଇଁ ସିଲ କରିଛି ବଏମସି । ତେବେ ୪୮ ଘଣ୍ଟା ପରେ ମଧ୍ୟ ବନ୍ଦ ରହିବ ମାର୍କେଟ୍‌ । ଗୁରୁବାର ଏବଂ ଶୁକ୍ରବାର ମାର୍କେଟ୍‌ ବିଲ୍ଡିଂ ସିଲ ଥିବାରୁ ବନ୍ଦ ରହିବ । ଏହା ପରେ ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିବାରୁ ମାର୍କେଟ୍‌ ବନ୍ଦ ରହିବ । ଆସନ୍ତା ସୋମବାର ଦିନ ଠାରୁ ସ୍ବାଭାବିକ ହେବ ମାର୍କେଟ୍‌ ବିଲ୍ଡିଂ ।

Spread the love