ସତ୍ୟନାରାୟଣ ଫେବ୍ରିକେସନ ପ୍ରକ୍ଷରୁ ବିଶ୍ୱକର୍ମା ପୂଜା
ଭୁବନେଶ୍ୱର, ୧୭/୯: ହିନ୍ଦୁ ପୁରାଣର ଦିବ୍ୟ ସ୍ଥପତି ତଥା ନିର୍ମାଣ କଳାର ଦେବତା ଭଗବାନ ବିଶ୍ୱକର୍ମାଙ୍କୁ ଆରାଧନା କରି ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀମାନେ ସେପ୍ଟେମ୍ବର ୧୭ ତାରିଖରେ ଧାର୍ମିକ ଶ୍ରଦ୍ଧା, ଉତ୍ସାହ ଓ ଆନନ୍ଦର ସହ ବିଶ୍ୱକର୍ମା ପୂଜା ପାଳନ କରିଛନ୍ତି। ସୃଜନଶୀଳତା, ଉଦ୍ଭାବନୀ କୌଶଳ ଓ ଶିଳ୍ପର ପ୍ରତୀକ ଭାବେ ପୂଜିତ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଏକ ପ୍ରଯୁକ୍ତିକେନ୍ଦ୍ରିକ ଇସ୍ପାତ କାରଖାନା ଭାବେ ଆରଏସପି ପାଇଁ ବିଶେଷ ମହତ୍ତ୍ୱ ବହନ କରେ। ଏହି ଉପଲକ୍ଷେ ସାରା ଭାରତରେ ବିଶ୍ୱକର୍ମା ଙ୍କ ପୂଜା ପାଳିତ ହେଉଥିବା ବେଳେ ସତ୍ୟନାରାୟଣ ଫେବ୍ରିକେସନ ପ୍ରକ୍ଷରୁ ମଧ୍ୟ ବିଶ୍ୱକର୍ମା ପୂଜା ପାଳିତହୋଇଛି। ଏହି ଅବସରରେ ପ୍ରତି ବର୍ଷ କମ୍ପାନୀ ୨୦୦ ଲୋକ ପାଇଁ ପ୍ରସାଦ ସେବନର ଆୟୋଜନ କରିଥାଏ। ଏହାର ପ୍ରତିଷ୍ଠାତା ହେଉଛନ୍ତି ବିଜୟୀ କୁମାର ଏବଂ ଅଜୟ ରାଓ। ତାଙ୍କର ପ୍ରତିଷ୍ଠିତ କମ୍ପାନୀ ଯୋଗୁଁ ୧୦ଟି ପରିବାର ପେଟ ପୋଷିବାରେ ସକ୍ଷମ ହେଉଛନ୍ତି।
