ରାକେଶଙ୍କ ନେତୃତ୍ୱରେ ପିତାକାଲିଆ ମଣ୍ଡଳରେ ବିଜେପିର ପ୍ରଶିକ୍ଷଣ ଶିବିର

ସୋର: ଆଜି ସୋର ବିଜେପି ତରଫରୁ ପିତାକାଳିଆ ମଣ୍ଡଳର ପ୍ରଶିକ୍ଷଣ ଶିବିର ମଣ୍ଡଳ ସଭାପତି ଗଣେଷ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ସୋର ପ୍ରଭାରୀ ଶୋଭନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରଶିକ୍ଷକ ଭାବେ ସୋର ବିଜେପି ନେତା ରାକେଶ ମଲିକ, ମନୀଷା ଚିନ୍ମୟୀ ବେହେରା, ରାଜାରାମ ମହାପାତ୍ର, ଶୋଭନା ମହାନ୍ତି ପ୍ରମୁଖ ଯୋଗଦେଇ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଶତାଧିକ କର୍ମୀ ମାନଙ୍କୁ ବିଜେପି ଦଳ, କର୍ମୀ ମାନଙ୍କ ଦାୟିତ୍ୱ, ବିଚାର ପରିବାର, ସଂଗଠନ ସଂରଚନା, ସାମାଜିକ ଗଣମାଧ୍ୟମ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ସପନ ପଲେଇ, କେଦାର ନାୟକ, ଉମାକାନ୍ତ ମଲିକ, ରଜତ ମହାପାତ୍ର, ଅଶୋକ ଦାସ, ମାଧବାନନ୍ଦ ବେହେରା, ବସନ୍ତ ପଣ୍ଡା, ସଂଜୀବ ରାଉଳ, ମାନସ ମହାପାତ୍ର, ମନୋରଞ୍ଜନ ବେହେରା, ଶରତ ମଲିକ, ପ୍ରସନ୍ନଜିତ ପଣ୍ଡା, ଜିତେନ୍ଦ୍ର ବେହେରା, ସୁରେଶ ମାଝୀ, ଡମ୍ବରୁଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ମଣ୍ଡଳ ସାଧାରଣ ସଂପାଦକ ପ୍ରଫୁଲ୍ଲ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love