ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି

 ଭୁବନେଶ୍ୱର, ୧୭/୦୧: ଏବିପି-ସିଭୋଟର ପକ୍ଷରୁ ହୋଇଥିବା ଜନମତ ସର୍ଭେରୁ ଜଣାପଡିଛି ଯେ, ସାରା ଦେଶର ଜନତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଧିକ ପସନ୍ଦ କରୁଛନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ଶ୍ରେଷ୍ଠ ପ୍ରଶ୍ନରେ ଦେଶର ୬୦ ପ୍ରତିଶତ ଜନତା ମୋଦିଜୀଙ୍କୁ ପସନ୍ଦ କରିଛନ୍ତି । ସେହିପରି ଓଡିଶାର ୯୧ ପ୍ରତିଶତ ଜନତା ମୋଦି ସରକାରଙ୍କ କାମରେ ଖୁସି ଅଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କାର୍ଯ୍ୟଧାରାକୁ ରାଜ୍ୟବାସୀ ହୃଦୟର ସହ ପସନ୍ଦ କରିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି । ଆଜି ରାଜ୍ୟକାର୍ଯ୍ୟାଳୟରେ ବିଜେପିର କାର୍ଯ୍ୟକର୍ତାମାନେ ଏକାଠି ହୋଇ ପରସ୍ପରକୁ ମିଠା ଖୁଆଇ ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋଦିଙ୍କ ଫୋକସରେ ପୂର୍ବ ଭାରତର ବିକାଶ ଏବଂ ପୂର୍ବ ଭାରତର ବିକାଶର ରୋଡମ୍ୟାପ କେନ୍ଦ୍ରରେ ଓଡିଶା ରହିଛି । ଓଡିଆଙ୍କ
ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ଫନି ମହାବାତ୍ୟା ଆସିବା ପୂର୍ବରୁ ବାତ୍ୟା ମୁକାବିଲା ପାଇଁ ଓଡିଶାକୁ ମୋଦି ସରକାର ଅଗ୍ରିମ ଆକାରରେ ୩୪୧ କୋଟି ଟଙ୍କା ଦେଇଥିଲେ । ଫନି ବାତ୍ୟାରେ ମୋଟ ଓଡିଶାକୁ ମୋଦି ସରକାର ୪୬୭୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସମାନ ଢଙ୍ଗରେ ଅମ୍ଫାନ ବାତ୍ୟାରେ ଓଡିଶାରେ ଯେଉଁ କ୍ଷତି ହୋଇଛି ସେଥିପାଇଁ ନରେନ୍ଦ୍ର ମୋଦି ନିଜେ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହିତ ୫୦୦ କୋଟି ଟଙ୍କାର ପ୍ୟାକେଜ ଓଡିଶାକୁ ଦେଇଥିଲେ । ଓଡିଶାକୁ ରେଳ ଅନୁଦାନ କେବେ ବାର୍ଷିକ ୧୦୦୦ କୋଟି ଛୁଇଁ ନଥିବା ବେଳେ ଓଡିଶାକୁ ବର୍ଷ ୨୦୨୦-୨୧ ରେଳ ବଜେଟରେ ଓଡିଶାକୁ ମିଳିଛି ୫୨୯୬ କୋଟି ଟଙ୍କା । ମୋଦି ସରକାରଙ୍କ ୬ ବର୍ଷରେ ଓଡିଶା ରେଳ ବିକାଶ ପାଇଁ ପାଇଛି ୩୧,୪୪୪ କୋଟି ଅର୍ଥ ପ୍ରଦାନ କରାଯାଇଛି ।
କରୋନା ମୁକାବିଲା ପାଇଁ ଓଡିଶାକୁ ମୋଦି ସରକାର ସହାୟତାର ହାତ ବଢାଇଥିଲେ । ଲକଡାଉନ ବେଳେ ମୋଦି ସରକାର ପିଏମ ଗରିବ କଲ୍ୟାଣ ଯୋଜନାରେ ଓଡିଶାର ୩.୨୪ କୋଟି ହିତାଧୀକାରିଙ୍କୁ ମାସିକ ୫ କିଲୋ ହିସାବରେ ୩ ମାସ ପାଇଁ ଆଗୁଆ ଚାଉଳ ଦେଇଥିଲୋ କେନ୍ଦ୍ର ସରକାର ଏ ବାବଦରେ ୧୪୬୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଓଡିଶାର ୯୩ ଲକ୍ଷ ପରିବାରଙ୍କୁ ମାସକୁ ୧ କିଲୋ ଡାଲି ହିସାବରେ ୩ ମାସ ପାଇଁ ଡାଲି ବାବଦରେ ମୋଦି ସରକାର ୨୭୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଯୋଜନାରେ
ଓଡିଶାବାସୀ ଅଧିକ ଲାଭାନ୍ୱିତ ହୋଇଛି । କୃଷି କ୍ଷେତ୍ର ପାଇଁ କେନ୍ଦ୍ର ସରକାର ୧ ଲକ୍ଷ କୋଟି କୃଷି ଭିତିଭୂମି ପାଣ୍ଠି, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ
ଯୋଜନାରେ ୨୦ ହଜାର କୋଟିର ସହାୟତା, ଦୁଗ୍ଧ ଶିଳ୍ପର ବିକାଶ ପାଇଁ ୧୫ ହଜାର କୋଟି, ଲଘୁ ଖାଦ୍ୟ ଉଦ୍ୟୋଗ ପାଇଁ ୧୦ ହଜାରl

Spread the love