ଦଫା ଦାବି ପୂରଣ ନେଇ ମହାମହିମ ରାଜ୍ୟପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କଲା ବିଜେପି ଓବିସି ମୋର୍ଚ୍ଚା

ରାଜ୍ୟରେ ତୁରନ୍ତ ଓବିସି କମିଶନ ଗଠନ, ପଛୁଆ ବର୍ଗର ଛାତ୍ର ଓ ଛାତ୍ରୀଙ୍କୁ ବୃତି ପ୍ରଦାନ, ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ବୃଦ୍ଧି, ଓବିସି ଫାଇନାନ୍ସ କର୍ପୋରେସନ ମାଧ୍ୟମରେ ଋଣ ପ୍ରଦାନ ଏବଂ ଏସଇବିସି
ବର୍ଗଙ୍କୁ ଓବିସି ବର୍ଗରେ ସାମିଲ କରିବା ଆଦି ଦାବୀ ନେଇ ଭାରତୀୟ ଜନତା ପାର୍ଟୀ ରାଜ୍ୟ ଓବିସି ମୋର୍ଚ୍ଚା ତରଫରୁ ମହାମହିମ ରାଜ୍ୟପାଳଙ୍କୁ ଭେଟି ୫ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି ।
ସେହିପରି କେନ୍ଦ୍ର ସରକାର ଦେଉଥିବା ଷ୍ଟାଇପେଣ୍ଡକୁ ରାଜ୍ୟରେ ବହୁତ କମ ପରିମାଣର ଅର୍ଥ ପଛୁଆ ବର୍ଗ ଛାତ୍ରଛାତ୍ରୀମାନଙ୍କୁ ମିଳୁଛି ଏବଂ ଅନ୍ୟ ସମୟରେ ଏହାକୁ ମଧ୍ୟ ଦିଆଯାଉନାହିଁ, ଯଥାଶୀଘ୍ର ଏହି ଅନୁଦାନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉ । ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ଆବେଦନ କଲାବେଳେ ରାଜ୍ୟରେ ଥିବା ଏସ୍ଇବିସି ସାର୍ଟିଫିକେଟ ଗ୍ରହଣୀୟ ହେଉନାହିିଁ । ଏସ୍ବିସିକୁ ସାର୍ଟିଫିକେଟକୁ ଓବିସି ମାନ୍ୟତା ଦିଆଯାଇ ଏହାକୁ ଗ୍ରହଣ କରାଯାଉ । ଓବିସି ଅର୍ଥ ନିଗମକୁ ଋଣ ଅନୁଦାନ ଦିଆଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି ।

ବର୍ଷ ବିତିଗଲାଣି । ଏହି କମିଶନଟି ସାମ୍ବିଧାନିକ ମାନ୍ୟତା ପ୍ରାପ୍ତ ହୋଇଥିବାରୁ ପଛୁଆ ବର୍ଗଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହୋଇଛି । ଅନ୍ୟପଟେ ରାଜ୍ୟର ଅର୍ଦ୍ଧାଧିକ ଜନସଂଖ୍ୟ ପଛୁଆ ବର୍ଗରୁ ଆସିଥିବା ସତ୍ୱେ ରାଜ୍ୟସରକାର ଦୀର୍ଘ ବର୍ଷ ଧରି ଙଈଉ ଉକ୍ଟଜ୍ଞଜ୍ଞସଗ୍ଦଗ୍ଦସକ୍ଟଦ୍ଭ ନିଯୁକ୍ତି ନକରିବା
ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟସରକାରଙ୍କର ଉଦାସୀନତା ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ।
ଆର୍ଥିକ ସ୍ତରରେ ଥିବା ପଛୁଆ ବର୍ଗର ଲୋକମାନଙ୍କୁ କିଭଳି ନିଜସ୍ୱ ବ୍ୟବସାୟୀ ଆରମ୍ଭ କରି ନିଜ ଗୋଡରେ ନିଜେ ଠିଆ
ହୋଇପାରିବେ ସେଥିପାଇଁ ଓବିସି ଅର୍ଥ କମିଶନକୁ ରାଜ୍ୟରେ ଲାଗୁ କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି । ରାଜ୍ୟ ଓବିସି କମିଶନ ଯଦି ତୁରନ୍ତ ଗଠନ କରାନଗଲେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ମହାମହିମ ରାଜ୍ୟପାଳ ପ୍ରତିନିଧି ଦଳ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଏହି ଦାବି ଗୁଡିକ ଯୁକ୍ତିଯୁକ୍ତ ଏବଂ ଏ
ସଂପର୍କରେ ବିହୀତ ପଦକ୍ଷେପ ନେବାର ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ପାତ୍ର ସୁଚନା ଦେଇ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଷ୍ଟୀୟ କାର୍ଯ୍ୟକରଣୀ ସଦସ୍ୟ ଚିତରଞ୍ଜନ କର, ହିମାଂଶୁ ମେହେର, ଆଶୁତୋଷ ପରିଡା ଏବଂ ଜ୍ଞାନ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love