ଏସବୁ ରୋଗ ଥିବା ବ୍ୟକ୍ତିଙ୍କୁ ରହିଛି ବ୍ଲାକ ଫଙ୍ଗସର ଭୟ

ଦେଶରେ ବ୍ଲାକ ଫଙ୍ଗସ ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷଜ୍ଞଙ୍କ କହିବାନୁସାରେ, ବ୍ଲାକ ଫଙ୍ଗସ ମାଟି, ପବନ ଏମିତି କି ଖାଦ୍ୟରେ ବି ଦେଖିବାକୁ ମିଳୁଛି। ତେବେ କେବଳ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ଏହି ରୋଗର ସଂକ୍ରମଣର ଆଶଙ୍କା ରହିନାହିଁ। ଅନ୍ୟ ରୋଗ ଥିଲେ ବି ଆପଣ ବ୍ଲାକଫଙ୍ଗସର ଶିକାର ହୋଇପାରନ୍ତି। ଆସନ୍ତୁ ଜାଣିବା କେଉଁ କେଉଁ ରୋଗୀଙ୍କ ଠାରେ ବ୍ଲାକ ଫଙ୍ଗସ ଦେଖାଦେଇପାରେ…
ଡାଇବେଟିସ ରୋଗୀ, ଯେଉଁମାନେ ଅଧିକ ଷ୍ଟେରଏଡ଼ ନେଉଛନ୍ତି, ସେମାନେ ବ୍ଲାକ ଫଙ୍ଗସ ସଂକ୍ରମିତ ହୋଇପାରନ୍ତି।
କ୍ୟାନ୍ସର ରୋଗୀ
ଏଡ଼ସ ରୋଗୀ
କୌଣସି ଅଙ୍ଗ ପ୍ରତ୍ୟାରୋପଣ କରିଥିବା ବ୍ୟକ୍ତି
ସେଲ ଟ୍ରାନ୍ସପ୍ଲାଣ୍ଟ କରିଥିବା ବ୍ୟକ୍ତି
ହ୍ଵାଇଟ୍ ବ୍ଲଡସେଲ ଅଭାବ ଥିବା ବ୍ୟକ୍ତି
ଶରୀରରେ ଅଧିକ ଆଇରନ ଥିବା ବ୍ୟକ୍ତି
ଖରାପ ପୋଷକ ତତ୍ତ୍ୱ ଯୋଗୁ ରୋଗଗ୍ରସ୍ତ ବ୍ୟକ୍ତି
ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତି

Spread the love