ଲୋ-ବ୍ଲଡ୍‌ପ୍ରେସରର ଲକ୍ଷଣ

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍‌ପ୍ରେସର୍‌ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍‌ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ଆଦି ଲୋ-ବ୍ଲଡ୍‌ପ୍ରେସରର ଲକ୍ଷଣ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଏହାର ଅନେକ ଘରୋଇ ଉପଚାର ସମ୍ପର୍କରେ ପରାମର୍ଶ ଦିଆଯାଇଛି।

ଅଧିକ ପାଣି ପିଇବା, ଅଳ୍ପ ଲୁଣ ସହିତ ଚାମଚେ ଚିନିକୁ ଗ୍ଲାସେ ପାଣିରେ ମିଶାଇ ପିଇବା ଦ୍ୱାରା ଲୋ-ବ୍ଲଡ୍‌ପ୍ରେସର ଦୂର ହୋଇଥାଏ। ଚାମଚେ ତୁଳସୀ ପତ୍ର ରସ ସହିତ ପାନ ପତ୍ର ରସ ଓ ଅଧ ଚାମଚେ ମହୁ ମିଶାଇ ନିୟମିତ ପିଇଲେ ଏଥିରୁ ମୁକ୍ତି ମିଳିଥାଏ। ସକାଳେ ସନ୍ଧ୍ୟାରେ ୨ କୋଲା ରସୁଣ ଖାଇଲେ ଏଥିରୁ ମୁକ୍ତି ମିଳିଥାଏ। ଚଣା ଏବଂ କିସିମିସ୍‌ ପାଣିରେ ଭିଜାଇ ସକାଳୁ ଚୋବାଇ ଖାଇଲେ ଲୋ-ବ୍ଲଡ୍‌ପ୍ରେସର୍‌ ଦୂର ହୋଇଥାଏ।

Spread the love