ପ୍ଲାଟଫର୍ମ ସିଙ୍ଗରରୁ ଷ୍ଟାର, ଏବେ ଗୋଟିଏ ଗୀତ ଗାଇବା ପାଇଁ ରାନୁଙ୍କୁ ମିଳୁଛି ୬ଲକ୍ଷ

ରେଲୱେ ଷ୍ଟେସନର ଗୋଟିଏ କୋଣରେ ବସି ଲତା ମଙ୍ଗେଶକରଙ୍କ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁ ମଣ୍ଡଳ ଆଜି ନିଜ ପ୍ରତିଭା ଓ ସୁମଧୁର ସ୍ୱର ପାଇଁ ସୋସିଆଲ ମିଡିଆରେ ସେନସେସନ ପାଲଟିଛନ୍ତି । ତାଙ୍କୁ ହିମେଶ ରେଶମିୟା ତାଙ୍କର ଆଗାମୀ ଫିଲ୍ମ ତେରି ମେରି କାହାନୀରେ ଡେବ୍ୟୁ କରିବା ପାଇଁ ଅବସର ଦେଇଛନ୍ତି । ହିମେଶ ତାଙ୍କ ସହ ଗୀତ ରେକଟିଙ୍ଗ ମଧ୍ୟ କରିଛନ୍ତି । ଏହି ରେକଡେଡ ଭିଡିଓ ଏବେ ସୋସିଆମ ମିଡିଆରେ ଚହଳ ସୃଷ୍ଟି କରିଛି । ଏହି ଗୀତରେ ଏବେ ସବୁ ବର୍ଗ ଦିବାନା ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଗୀତ ପାଇଁ ହିମେଶ ରାନୁଙ୍କୁ ଖୁବ୍ ଭଲ ରକମ ମଧ୍ୟ ଦେଇଛନ୍ତି । ହିମେଶ ପ୍ରାୟ ୬ରୁ ୭ ଲକ୍ଷ ଅଫର କରିଥିବା ସୂଚନା ମିଳିଛି ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି, ରାନୁ ତାଙ୍କର ଡେବ୍ୟୁ ପାଇଁ କୌଣସୀ ଫିସ୍ ଦେବାକୁ ମନା କରି ଦେଇଥିଲେ । କିନ୍ତୁ ହିମେଶ ତାଙ୍କୁ ଜବରଦସ୍ତ ଫିସ୍ ଦେଇଥିଲେ ଓ କହିଥିଲେ କି, ଆପଣଙ୍କୁ ଷ୍ଟାର ହେବାକୁ କେହି ରୋକି ପାରିବେ ନାହିଁ । ରାନୁ ପଶ୍ଚିମ ବଙ୍ଗାଳର ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ପେଟ ପୋଷୁଥିଲେ । ରାନୁ ନିଜେ ଏକ ସାକ୍ଷାତକାରରେ କହିଛନ୍ତି କି, ସେ ଗୀତ ଗାଉଥିଲେ ତାହା ବଦଳରେ ତାଙ୍କୁ କେହି କିଛି ଖାଇବାକୁ ଦେଉଥିଲା । ଏହି କ୍ରମରେ ଦିନେ ଷ୍ଟେସନରେ ରାନୁଙ୍କର ଜଣେ ଯୁବକ ଭିଡିଓ କରିଥିଲେ ଓ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ପରେ ଏହା ସୋସିଆଲ ମିଡିଆରେ ସେନସେସନ ପାଲଟିଥିଲା ଓ ଆଜି ସେ ଜଣେ ବଲିଉଡର ଷ୍ଟାର ହୋଇ ପାରିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ରାନୁଙ୍କର ତାଙ୍କ ଝିଅ ସହ ଦେଖା ହୋଇଥିଲା ।

Spread the love