ପୁସ୍ତକ ‘ମର୍ତ୍ତ୍ୟବୈକୁଣ୍ଠ’ ଉନ୍ମୋଚିତ
ଭୁବନେଶ୍ୱର, ୨.୦୮.୨୦୨୬ : “ଭକ୍ତିତୀର୍ଥ” ଆଧ୍ୟାତ୍ମିକ ଚେତନା ମଞ୍ଚ ଆନୁକୁଲ୍ୟରେ ସମ୍ପ୍ରତି ସ୍ଥାନୀୟ ରେଡ଼କ୍ରସ ଭବନଠାରେ ଦିବା ୧୦ଘଟିକା ସମୟରେ ସୁଶାନ୍ତ କୁମାର ମହାନ୍ତିଙ୍କ ଲିଖିତ
“ମର୍ତ୍ତ୍ୟବୈକୁଣ୍ଠ” କବିତା ଗ୍ରନ୍ଥଟି ଉଦ୍ଘାଟିତ ହୋଇଯାଇଛି । ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ୫୬ ଗୋଟି କବିତା ସ୍ଥାନ ପାଇଛି । ଏହାକୁ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରାପ୍ତନ ନିର୍ଦ୍ଦେଶକ ଓଡ଼ିଆ ଭାଷା ପ୍ରତିଷ୍ଠାନ ତଥା କୁଳପତି ବୈଦିକ ବିଶ୍ୱବିଦ୍ୟାଳୟ, ତିରୁବନ୍ନାମଲାଇ, ତାମିଲନାଡୁ ପ୍ରଫେସର ଡକ୍ଟର ହରିହର କାନୁନ୍ଗୋ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟ ବକ୍ତାଭାବେ ପ୍ରଫେସର ନିରଞ୍ଜନ ପାଢ଼ୀ, ପ୍ରଫେସର ବ୍ରଜବନ୍ଧୁ ପଣ୍ଡା ଯୋଗଦେଇଥିଲେ । ସ୍ୱତନ୍ତ୍ର
ଅତିଥି ଭାବେ ପ୍ରଖ୍ୟାତ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ଶ୍ରୀରାମ ଦାସ ଓ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଯୋଗଦେଇ କବିତା ଗ୍ରନ୍ଥ ଉପରେ ତାଙ୍କର ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ।
ଅଧ୍ୟାପକ ଡ଼ଃ ଧରାଶ୍ରୀ ମହାନ୍ତି, ସ୍ମିତା ମହାନ୍ତି ତାଙ୍କର ପୁସ୍ତକ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ ଶେଷରେ ଜୟଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ
ଅମିତା ପରିଡା।
