ଆସିଲା ମାଟ୍ରିକ ସୂଚୀ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(BSEO) ପକ୍ଷରୁ ମାଟ୍ରିକ ପରୀକ୍ଷା-୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୭ରେ ସରିବ।ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରୀକ୍ଷା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି ପ୍ରଥମ ସିଟିଂ ସକାଳ ୮ଟାରୁ  ଆରମ୍ଭ ହେବ । ପ୍ରତି ପରୀକ୍ଷାର ଅବଧି ୨ ଘଣ୍ଟା ରହିବ। କେବଳ ଗଣିତ ପରୀକ୍ଷାର ଅବଧି ୨ ଘଣ୍ଟା ୧୫ ମିନିଟ ବିଶିଷ୍ଟ ହେବ । ଧନ୍ଦାମୂଳକ ବିଷୟ ଛଡ଼ା ଅନ୍ୟ ସମସ୍ତ ବିଷୟର ପରୀକ୍ଷା ୮୦ ମାର୍କରେ ହେବ । ଏହି ୮୦ ମାର୍କ ମଧ୍ୟରୁ ୫୦ ମାର୍କ ସଂକ୍ଷିପ୍ତ ଉତ୍ତରମୂଳକ ଓ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।ଚଳିତଥର ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା। ତେବେ ମାଟ୍ରିକ ଛାତ୍ରଛାତ୍ରୀ କେବଳ ପ୍ରଥମ ସିଟିଂରେ ହିଁ ପରୀକ୍ଷା ଦେବେ । ସେହିଭଳି ମଧ୍ୟମା ଓ ଓପନ ସ୍କୁଲର ଛାତ୍ରଛାତ୍ରୀଙ୍କର କିଛି ପ୍ରାକ୍ଟିକାଲ ପରୀକ୍ଷା ଦ୍ୱିତୀୟ ସିଟିଂରେ ହେବ । ପ୍ରଥମ ସିଟିଂର ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂର ପରୀକ୍ଷା ସକାଳ ୧୧ଟାରେ ଆରମ୍ଭ ହେବ । ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ଏବଂ ଏକ୍ସ ରେଗୁଲାରଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ରହିବ । ୪ ଟି ସେଟ୍‌ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Spread the love