ସ୍ମୀତାରାଣି ହତ୍ୟା ଓ ଗଣଦୁର୍ଷ୍କମ ମାମଲାର ସିବିଆଇ ତଦନ୍ତ ହେଲେ ସତ ବାହାରିବ : ପ୍ରଦୀପ୍ତ ନାଏକ

ହରିଦାସପୁରର ରଙ୍ଗଶାଳା କେବଳ ସ୍ମୀତାରାଣୀର ହତ୍ୟାକାଣ୍ଡ ନୁହେଁ ବରଂ ଅନେକ କେଳେଙ୍କାରୀର ହୃତପିଣ୍ଡ,ଅନେକ କାଣ୍ଡ କାରନାମାର ମୁକଶାକ୍ଷୀ । ଜିଲ୍ଲା ପୋଲିସ ଓ ପ୍ରଶାସନ
ସ୍ମୀତାରାଣୀର ହତ୍ୟାର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କାରଣରୁ ତାଙ୍କ ସ୍ୱାମୀ ଓ କୁନି ଝିଅକୁ ନ୍ୟାୟ ମଳିବା
ଅସମ୍ଭବ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ । ବିନା ତଦନ୍ତରେ,ମୃତା ସ୍ମୀତାରାଣିଙ୍କର ସ୍ୱାମୀଙ୍କ ମତକୁ, ସ୍ମୀତାରାଣିଙ୍କର ପରିବାରର କଥାକୁ ଏସପି ତଦନ୍ତ ପରିସର ଭୁକ୍ତ ନକରି କେବଳ ଯିଏ ଅପରାଧୀ ତାହା କଥାରେ କିପରି ସ୍ମୀତାରାଣୀଙ୍କର ଚରିତ୍ରକୁ ଆକ୍ଷେପ କଲେ ତାହା ବଡ ଆଶ୍ଚର୍ଯ୍ୟର କଥା । ମହିଳା କମିଶନ ଘଟଣା ସ୍ଥଳକୁ ଯାଇଥିଲେ ବି ଆଶ୍ଚର୍ଯ୍ୟ ଜନକ ଭାବେ ମୃତା ସ୍ମୀତାରାଣିଙ୍କର ପରିବାର ଲୋକଙ୍କୁ ଭେଟିଲେ ନାହିଁ । ରାଜ୍ୟ ସରକାର ତୁରନ୍ତ ଯାଜପୁର ଏସପିଙ୍କୁ ଓ ମହିଳା କମିଶନର ଅଧ୍ୟକ୍ଷାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ । ବିଧାନସଭା ଅଧିବେସନ ଆରମ୍ଭ ହେବା ପୂର୍ବରୁ ଯଦି ରାଜ୍ୟ ସରକାର ସ୍ମୀତାରାଣି ହତ୍ୟା
ଓ ଦୁର୍ଷ୍କମ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ ନକରନ୍ତି ତାହେଲେ ବିରୋଧି ଦଳ ପକ୍ଷରୁ ବିଧାନସଭା ଅଚଳ କରାଯିବ । ସେହିପରି ବିଜେପି ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବା ସହିତ ଘଟଣାରେ ହସ୍ତକ୍ଷେପ ଲୋଡିବେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।
ସ୍ମୀତାରାଣିଙ୍କର ପରିବାର ଏବେ ଭୟଭିତ ହୋଇକି ଅଛନ୍ତି । ତାଙ୍କ ପରିବାରକୁ ୨୪ଘଂଟିଆ କଡା ପୋଲିସ
ସୁରକ୍ଷା ଦିଆଯାଉ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି । ଶ୍ରୀ ନାଏକ କହିଛନ୍ତି ଯେ ସ୍ଥାନୀୟ ତହସିଲ ଅଫିସର ତଥ୍ୟ ଅନୁସାରେ ମାର୍ଚ୍ଚ ୨୭,୨୦୧୮ରେ ଏହି ରଙ୍ଗଶାଳାକୁ ଉଚ୍ଛେଦ କରାଯାଇଛି । ଆର୍ଆଇ କ୍ଷୀରାଦ୍ଦି ପଣ୍ଡାଙ୍କ ସ୍ୱାକ୍ଷରରେ ଏକ ଉଚ୍ଛେଦ ରିପୋର୍ଟ ମାର୍ଚ୍ଚ ୨୭,୨୦୧୮ ତାରିଖ ଦିନ ତହସିଲ ଅଫିସକୁ ଦିଆଯାଇଛି । ରାଜ୍ୟ ରାଜସ୍ୱ ବରାଗ ତଥା ଜିଲ୍ଲାପାଳ ଏହି ରିପୋର୍ଟର ସତ୍ୟତା ଉପରେ ତୁରନ୍ତ ସ୍ପଷ୍ଟିକରଣ ରଖନ୍ତୁ । ଏହି ରଙ୍ଗଶାଳାର ମିଛ ଉଚ୍ଛେଦ ର ଖଳ ନାୟକ
କେଉଁମାନେ ଥିଲେ? ଯଦି ବହୁ କେଳେଙ୍କାରୀର ହୃତପିଣ୍ଡର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଏ ସବୁ ତଥ୍ୟ
ସାମ୍ନାକୁ ଆସିବ । ରୂପେଶ୍ ଭଦ୍ରର କାହା ସହିତ ସମ୍ପର୍କ ଅଛି ସେହି ରଙ୍ଗମହଲ କୁ କେଉଁମାନେ ଆସନ୍ତି ତାହା ମଧ୍ୟ
ସାମନାକୁ ଆସୁିବ । ସ୍ମିତାରାଣିଙ୍କର ସ୍ୱାମୀ ମହିଳା କମିଶନ ଓ ପୋଲିସ ଡିଜିଙ୍କ ପାଖରେ କହିଛନ୍ତି ଯେ ସ୍ମୀତାରାଣିଙ୍କ ଉପରେ
ବୃତିଗତ ଚାପ ଥିଲା । ଶାସକ ଦଳର କିଛି ନେତା ମିଥ୍ୟା ବିଲ ପାସ କରାଇବା, ପକ୍କାଘର ହିତାଧୀକାରି ଚୟନରେ
ସେମାନଙ୍କ ସୁପାରିଶ ଅନୁସାରେ ହିତାଧିକାରି ଚୟନ କରିବା ଓ ଅନ୍ୟାନ ସରକାରୀ ଯୋଜନାରେ ବେଆଇନ କାମ
କରିବା ପାଇଁ ଚାପ ପକାଉଥିଲେ । ସେକଥା ସ୍ମୀତାରାଣି ତାଙ୍କ ସ୍ୱାମୀଙ୍କୁ ଅନେକ ଥର କହିଥିଲେ । ପୋଲିସ ସେହି
ଦିଗ ଉପରେ ତଦନ୍ତ କାହିଁକି କଲାନାହିଁ ? ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା
ସେ ଗେଷ୍ଟହାଉସର ସିସିଟିଭି ଫୁଟେଜ କୁଆଡେ ଗଲା? ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ଘଟଣାସ୍ଥଳ ଏବଂ
ଗେଷ୍ଟହାଉସ କଣ ପାଇଁ ପୋଲିସ ସେହି ଘଟଣା ଘଟିବା ପରେ ସିଲ କଲା ନାହିଁ ? ଯେଉଁ ସ୍କୋର୍ପିଓରେ ମୃତା ସ୍ମିତାରାଣୀଙ୍କୁ ଡାକ୍ତରଖାନା ନିଆଗଲା ସେ ଗାଡି କାହାର ଏବଂ ସେଗାଡିକୁ ପୋଲିସ କଣ ପାଇଁ ସିଜ କରିଲା ନାହିଁ ? ଘଟଣା ସମୟରେ ଗେଷ୍ଟ ହାଉସରେ ଥିବା ବାକି ୪ ଜଣ ଯେଉଁଥିରେ ୨ ଜଣ ବିଜେଡିର ସମିତିସଭ୍ୟ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ଜଣେ ରାମକୋର ଉଚ୍ଚସ୍ତରୀୟ ଅଧିକାରୀ ଥିଲେ ସେମାନେ କିଏ ଏବଂ ଏହି ହତ୍ୟାକାଣ୍ଡରେ ତାଙ୍କର ଭୂମିକା କଣ ଥିଲା । ଏ ସମସ୍ତ ଅସମାହିତ ପ୍ରଶ୍ନର ଉତର ସିବିଆଇ ତଦନ୍ତ ହେଲେ ଯାଇ
ବାହାରିବ । ରାଜ୍ୟ ସରକାର କ୍ରାଇମବ୍ରାଂଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ଅସଲ ଅପରାଧିକୁ ଖସାଇବା ପାଇଁ
ଷଡଯନ୍ତ୍ର କଲେ ଏହାକୁ ବିରୋଧ କରାଯିବ ବୋଲି ପ୍ରଦୀପ୍ତ କହିଛନ୍ତି ।
ଘଟଣାରେ ରୂପେଶ ଭଦ୍ରକୁ ଗିରଫ କରାଯାଇଥିବା ସମୟରେ ଆଉ ୪ ଜଣଙ୍କୁ ପୋଲିସ କଣ ପାଇଁ ଗିରଫ
କଲା ନାହିଁ ? ଅଧିକନ୍ତୁ ସେମାନଙ୍କୁ ତଦନ୍ତ ପରିସର ଭିତରକୁ ମଧ୍ୟ ପୋଲିସ ଆଣିନାହିଁ କିମ୍ବା ସେମାନଙ୍କୁ ପଚରାଉଚରା କରିନାହିଁ । ହେଲେ ପୋଲିସ ମୃତା ସ୍ମିତାରାଣୀଙ୍କ ସ୍ୱାମୀ ସୁଶିଲ  ଏବଂ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ତାଙ୍କର ୨ ଭାଇଙ୍କୁ ଘଂଟା ଘଂଟା ଧରି ଥାନାରେ ବସାଇ ପାଣି ଟୋପେ ନଦେଇ, ତାଙ୍କୁ ଅମାନୁଷିକ ଭାବେ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଛି । ରାଜ୍ୟସରକାର ମହିଳା ସଶକ୍ତିକରଣ , ମୋ ସରକାର, ମୋ
ପୋଲିସ ଏବଂ ୫ଟି କଥା କହୁଥିବାବେଳେ ଏକ ସରକାରୀ କର୍ମଚାରି ଓ ମହିଳାଙ୍କ ମୃତ୍ୟୁପରେ ତାଙ୍କୁ ନ୍ୟାୟ
ମିଳୁନାହିଁ ବୋଲି ଶ୍ରୀ ନାଏକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନିରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ମୁକେଶ
ମାହାଲିଙ୍ଗ, ମୁଖପାତ୍ର ଗୋଲକ ମହାପାତ୍ର, ସମ୍ପାଦକ କାଳନ୍ଦୀ ସାମଲ, ଗୌତମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love