କୂଳଡିହା ଅଭୟାରଣ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ନିଆଁ ଲାଗିଥିବା ସ୍ଥାନରେ କଲେ ଅନୁଧ୍ୟାନ

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳ ଅଧୀନରେ ଆସୁଥିବା କୁଳଡିହା ଅଭୟାରଣ୍ୟରେ କିଛିଦିନ ତଳେ ନିଆଁ ବ୍ୟାପିଥିଲା । ବିଲେଶ୍ୱର ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଆଁ ଲାଗିଥିବା ସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏହି ଅଭୟରଣ୍ୟର ମୋଟ ୨୦୫ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ହେଲେ ବନ ବିଭାଗର ଉଦ୍ୟମରେ ଏହା ନିୟନ୍ତ୍ରଣକୁ ଆସିଥିଲା ।

ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିବା ବାଲେଶ୍ଵର ଡିଏଫଓ ବିଶ୍ଵରାଜ ପଣ୍ଡା, କୁଳଡିହା ରେଞ୍ଜର ବିଜୟ ମହାପାତ୍ର, ନୀଳଗିରି ରେଞ୍ଜର ମନୁୱର ଖାଁଙ୍କ ସହ ଅନ୍ୟ ଏକ କର୍ମଚାରୀଙ୍କୁ ଧରି ପ୍ରତାପ ଷଡଙ୍ଗୀ ନିଆଁ ଲାଗିଥିବା ସ୍ଥାନ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ନିଆଁକୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଲଗାଇ ମୂଲ୍ୟବାନ ଗଛ ଓ ବନ୍ୟଜନ୍ତୁଙ୍କ ଜୀବନକୁ ବିପଦରେ ପକାଉଥିବା ଶ୍ରୀ ଷଡ଼ଙ୍ଗୀ କହିଥିଲେ । ବନକର୍ମଚାରୀ ଆବଶ୍ୟକ ଅନୁସାରେ ନଥିବା ବେଳେ ସରକାର ଏଥିପ୍ରତି ଯତ୍ନବାନ ହେବାକୁ ସେ କହିଛନ୍ତି । ନିଆଁ ଲଗାଉଥିବା କର୍ମଚାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡ଼ା ପାଣି ସଂରକ୍ଷଣ ପାଇଁ ଚେକ ଡ୍ୟାମର ଆବଶ୍ୟକ ଥିବା କହିବା ସହିତ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ଥିବା ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ନିଆଁରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟକୁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦେବେ ବୋଲି କହିଥିବା ଜଣାପଡ଼ିଛି ।

Spread the love