ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‌ଆଇ ପରିଜାଙ୍କ ପରଲୋକ

ପୂର୍ବତନ ମୁଖ୍ୟ ଶାସନ ସଚିବ ଲଲାଟ ଇନ୍ଦୁ ପରିଜା ପରିଜାଙ୍କ ପରଲୋକ ହୋଇଯାଇଛି । କଟକର ଏକ ଘରୋଇ ହସ୍ପିଟାଲରେ  ସେ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଏଲ୍.ଆଇ୍ ପରିଜା ପ୍ରସିଦ୍ଧ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପୁଅ ଥିଲେ । ସେ ଦୁଇ ଦୁଇ ଥର ଓଡ଼ିଶାର ମୂଖ୍ୟ ଶାସନ ସଚିବ ରହିଥିଲେ । ଏହା ସହିତ ଓଡ଼ିଶା ପ୍ରଶାସନିକ ସେନା ଆୟୋଗର ମଧ୍ୟ ଅଧ୍ୟକ୍ଷ ଥିଲେ । ପରିଜା ଜଣେ ଭଲ କ୍ରିକେଟ୍‌ ଖେଳାଳୀ ମଧ୍ୟ ଥିଲେ । ଓଡ଼ିଶା ରଣଜୀ କ୍ରିକେଟ୍‌ ଟିମ୍‌ର ଅଧିନାୟକ ଥିଲେ ।

Spread the love