ହସ୍ପିଟାଲରୁ ମୁକୁଳିଲେ ମମତା, ହୁଇଲ୍ ଚେୟାରରେ ବସି ବାହାରକୁ ଆସିଲେ

ନନ୍ଦିଗ୍ରାମରେ ଆହତ ହୋଇ କୋଲକାତାରେ ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଦିଦି ହସ୍ପିଟାଲରୁ ଏକ ହୁଇଲ ଚେୟାରରେ ବସି ବାହାରକୁ ଆସିଥିବା ଦେଖିବାକୁ ମିଳିଛି। ମମତାଙ୍କ ଗୋଡ଼ରେ ଏବେ ବି ପ୍ଲାଷ୍ଟର ରହିଛି ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ।

ଗତକାଲି ମମତା ହସ୍ପିଟାଲରୁ ନିଜର ସମର୍ଥକ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ମମତା ବାନାର୍ଜୀ ଭିଡିଓରେ କହିଥିଲେ, ନନ୍ଦିଗ୍ରାମରେ ହୋଇଥିବା ଆକ୍ରମଣରେ ମୋତେ ଗଭୀର ଆଘାତ ଲାଗିଛି, ଯେଉଁ କାରଣରୁ ହାତ ଓ ଗୋଡ଼ରେ ଯନ୍ତ୍ରଣା ହେଉଛି। ମୁଣ୍ଡ ବିନ୍ଧା ବି ହେଉଛି। ହସ୍ପିଟାଲରୁ ବାହାରିଲେ ହୁଇଲ ଚେୟାରରେ ବସି ନିର୍ବାଚନ ପ୍ରଚାର କରିବି।

ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ଘଣ୍ଟା ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା। ୬ଜଣ ଡାକ୍ତରଙ୍କ ଏକ ଟିମ ମମତାଙ୍କ ସ୍ବାସ୍ଥ୍ୟ ଉପରେ କ୍ରମାଗତ ନଜର ରଖିଥିଲେ।

Spread the love