ଶୀତଳ ଭଣ୍ଡାରର ଗମ୍ଭୀର ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲାବିଜେପି କୃଷକ ମୋର୍ଚ୍ଚା

ରାଜ୍ୟସରକାରଙ୍କ ଆଳୁମିଶନ ଦିଗହରା ହୋଇଥିବାବେଳେ ଏବେ ଶୀତଳଭଣ୍ଡାରର ସ୍ଥିତି ପୂରା ଦୟନୀୟ ଅବସ୍ଥାରେ ରହିଛି । ପୁରୀ ଜିଲ୍ଲାରେ ୧୧ଟି ବ୍ଲକ ଥିବା ବେଳେ ଅଛି ମାତ୍ର ଗୋଟିଏ ଶୀତଳ ଭଣ୍ଡାର । ଜିଲ୍ଲାରେ ଥିବା ଏକମାତ୍ର ଶୀତଳ ଭଣ୍ଡାର ସାତଶଙ୍ଖ ଉତରାୟଣୀ ଶୀତଳଭଣ୍ଡାର ସ୍ଥିତି ପୂରା ଏବେ ବେହାଲ । ଫନି ବାତ୍ୟା ପରେ ରାଜ୍ୟ ସରକାର ବିଦ୍ୟୁତ ଯୋଗାଣ କରି ନପାରିବାରୁ ୪ ହଜାର କ୍ୱିଂଟାଲ ଆଳୁ ଗଜା ହୋଇ ନଷ୍ଟ ହୋଇଛି । ବାତ୍ୟା ପରେ ଜେନରେଟରର ବ୍ୟବସ୍ଥା ଥିଲେ ବି ଡିଜେଲ ଯୋଗାଇ ନଦେବା କାରଣରୁ ଏଭଳି ସ୍ଥିତି ଉପୁଜିଛି । ଶୀତଳ ଭଣ୍ଡାରର ସି୍ଥତି ଏବଂ ଚାଷୀଙ୍କ ସମସ୍ୟା ସଂର୍ପକରେ ଅନୁଧାନ କରିବା ପାଇଁ
ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଶାତସଙ୍ଖ ଗସ୍ତ କରି ଆଳୁ କ୍ଷୟକ୍ଷତିର ଅନୁଧ୍ୟାନ କରିଛି ।
ଶାସକ ବିଜେଡି ହେଉଛି ଚାଷ ଓ ଚାଷୀ ବିରୋଧୀ । ଆଳୁ ଚାଷୀ ଶୀତଳ ଭଣ୍ଡାରରେ ଆଳୁ ରଖିଲେ ବି ତାହା ସୁରକ୍ଷିତ ରହିପାରୁ
ନାହିଁ । ରାଜ୍ୟସରକାର ଏବଂ ପ୍ରଶାସନର ଖାମଖିଆଳି ନୀତି ଯୋଗୁଁ ଆଜି ହଜାର ହଜାର କ୍ୱିଂଟାଲ ଆଳୁ ଗଜା ହୋଇ ନଷ୍ଟ ହୋଇଛି । ବାତ୍ୟାରେ ବିଜୁଳି କଟିବା ପରେ ବିକଳ୍ପ ବିଜୁଳି ବ୍ୟବସ୍ଥା ପ୍ରଶାସନ କରିପାରିଲା ନାହିଁ । ପ୍ରାକୃତିକ ବିପର୍ଯ୍ୟୟର ଦୃଢ ମୁକାବିଲା କରିଥିବା କଥା କହୁଥିବା ରାଜ୍ୟସରକାର ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି । ଶୀତଳଭଣ୍ଡାରର ଅଭାବ ଏବଂ ବେପରୁଆ ରକ୍ଷଣାବେକ୍ଷଣ ଯୋଗୁଁ ଆଳୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
୨୦୧୫-୧୬ ବର୍ଷରେ ୩୦ ହଜାର ହେକ୍ଟର ପରିବର୍ତେ ୧୬ ହଜାର ହେକ୍ଟର ଆଳୁ ଚାଷ କରାଯାଇ ଧାର୍ଯ୍ୟ ଲକ୍ଷ୍ୟ ୫ ଲକ୍ଷ
୨୮ ହଜାର ମେଟ୍ରିକ ଟନ ସ୍ଥଳେ ମାତ୍ର ୨ ଲକ୍ଷ ୭୪ ହଜାର ଟନ ଫଳାଯାଇଥିଲା । ସେହିପରି ୨୦୧୬-୧୭ବର୍ଷରେ ୩ ଲକ୍ଷ ୨ ହଜାର ଟନ ଆଳୁ ଫଳିଥିବାବେଳେ ୨୦୧୭-୧୮ ବର୍ଷରେ ୨ ଲକ୍ଷ ୯୮ ହଜାର ଟନ ରହିଛି । ଏହି ସରକାରୀ ତଥ୍ୟରୁ ରାଜ୍ୟ ସରକାରଙ୍କ ଆଳୁ ମିଶନର ଉଦ୍ଦେଶ୍ୟ କେତେ ପୂରଣ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି । ରାଜ୍ୟରେ ଆଳୁମିଶନ ଅନୁଯାୟୀ ଯେତିକି ଆଳୁ ଉତ୍ପାଦନ କରିବାର ଲକ୍ଷ୍ୟ ରଖ।।ଇଥିଲା ତାହାର ଏକ ଚତୁର୍ଥାଂଶ ବି ଆଳୁ ଚାଷ ହୋଇପାରିଲା ନାହିଁ ବୋଲି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବିଗତ ବର୍ଷ ମାନଙ୍କରେ ଏହି ଶୀତଳଭଣ୍ଡାରରେ ଆଳୁ ଗଜା ହୋଇ ପଚିବାର ନଜିର ମଧ୍ୟ ରହିଛି । ଏହା ସତ୍ୱେ ବି ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ କୌଣସି ପ୍ରକାରର ସହାୟତା ପ୍ରଦାନ କରାଯାଇନାହିଁ । ର୍ଦୁଭାଗ୍ୟର ବିଷୟ ହେଉଛି ଯେ, ଗଜା ହୋଇଥିବା ଆଳୁ ବସ୍ତାକୁ ଚାଷୀମାନେ ଫେରାଇ ନେଉଥିବା ସମୟରେ ଶୀତଳଭଣ୍ଡାର କର୍ତୃପକ୍ଷ ବସ୍ତା ପିଛା ୫୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି । ରାଜ୍ୟସରକାର ସାତଶଙ୍ଖ ଉତରାୟଣୀ ଶୀତଳଭଣ୍ଡାର ସ୍ଥିତି ତଦନ୍ତ କରିବା ସହ ତୁରନ୍ତ ଆଳୁ ଚାଷୀମାନଙ୍କୁ ସେମାନଙ୍କ ଜମା ଅର୍ଥ
ଫେରସ୍ତ ଦେବା ଏବଂ ଗଜା ହୋଇଥିବା ଆଳୁର କ୍ଷତିପୂରଣ ଦେବାକୁ ପ୍ରତିନିଧୀ ଦଳ ଦାବି କରିଛି । କ୍ଷତିପୂରଣ ପ୍ରଦାନ ନକରାଗଲେ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ଚାଷୀମାନଙ୍କୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ପ୍ରତିନିଧୀ ଦଳରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଦିଲିପ ସ୍ୱାଇଁ, ଯୁବନେତା ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ଓ ପ୍ରଦୀପ ବାରିକ ପ୍ରମୁଖ ସାମିଲ ଥିଲେ ।

Spread the love