ରାହୁଲ ଗାନ୍ଧୀଙ୍କ ଉପରୁ ଏତଲା ପ୍ରତ୍ୟାହାର ଦାବୀରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର ତା. ୦୨.୦୯ ରିଖ : ଲୋକସଭାର ବିରୋଧିଦଳର ନେତା ତଥା ଜନନାୟକ ରାହୁଲ ଗାନ୍ଧୀଙ୍କର ନାମରେ ରୁଜୁ ହୋଇଥିôବା ଏତଲା ପ୍ରତ୍ୟାହାର ଦାବିରେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର କର୍ମୀମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଜନପଥରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ବାରିକେଡ ଲଗାଇ ପଥ ଅବରୋଧ କରିଥିଲେ। ପୁଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧ ଘଣ୍ଟାକାଳ ଧସ୍ତାଧସ୍ତି ହେବା ପରେ ଘଟଣା ସ୍ଥଳରୁ ଯୁବ କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଭ୍ୟାନ ଯୋଗେ ଉଠାଇ ନେଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ସମ୍ବିଧାନ ବିରୋଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ମନୁସ୍ମୃତିର କୁଶପୁତ୍ତଳିକା ଦାହ କରାଯାଇଥିଲା ।
ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଛନ୍ତି ଯେ ଆମ୍ବେଦକର କୃତ ସମ୍ବିଧାନକୁ ହଟାଇ ସେହି ସ୍ଥାନରେ ମନୁସ୍ମୃତିକୁ ଅବସ୍ଥାପିତ କରିବାକୁ ଭାରତୀୟ ଜନତା ପାର୍ଟି ଷଡଯନ୍ତ୍ର କରୁଛି । କାରଣ ଏ ଦେଶରେ ଏବେ ସମ୍ବିଧାନକୁ ଅନୁସରଣ କରାନଯାଇ ମନୁସ୍ମୃତିର ନିର୍ଦ୍ଦେଶକୁ ଅନୁସରଣ କରାଯାଉଛି ।
ଆମର ପ୍ରିୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଉତ୍ତରାଖଣ୍ଡର ହଲଦ୍ୱାନି ଠାରେ ଥିବା ରାମଲୀଳା ମୈଦାନରେ ଏକ ସଭାକୁ ସମ୍ବୋଧିତ କରିଆସିବା ପରେ ସେଠିକାର ସଭାମଞ୍ଚକୁ ବିଜେପି ଏବଂ ଏକ ଗୈରକ ସଂଗଠନ ପକ୍ଷରୁ ଶୁଧିକରଣ କରାଯାଇଥିଲା । କାରଣ ଖର୍ଗେ ଜୀ ଦଳିତ ବର୍ଗର ଅଟନ୍ତି । ଖର୍ଗେ ଜୀ କେବଳ କଂଗ୍ରେସ ସଭାପତି ନୁହଁନ୍ତି ସେ ରାଜ୍ୟସଭାର ବିରୋଧି ଦଳର ନେତା । ଯଦି ରାଜ୍ୟସଭାର ବିରୋଧି ଦଳର ନେତାଙ୍କୁ ବିଜେପି ଏଭଳି ଅପମାନିତ କରିପାରେ ତେବେ ବିଜେପି ଶାସନରେ ଦେଶରେ ଥିôବା ସାଧାରଣ ଦଳିତ ଲୋକର ଅବସ୍ଥା କ’ଣ ହେଉଥିବା ତାହା ଚିନ୍ତାର ବିଷୟ ।
ଏହି ଘଟଣାକୁ ନିନ୍ଦାକରି ଲୋକସଭାର ବିରୋଧିଦଳର ନେତା ଶ୍ରୀ ରାହୁଲ ଗାନ୍ଧୀ ଶୁଧିକରଣ କରିଥିବା ବିଜେପି କର୍ମୀଙ୍କ ନାମରେ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଅଧିନିୟମ ଅନୁସାରେ ଏତଲା ଦରଜ କରିବାକୁ ଦାବି କରିଥିଲେ । ମାତ୍ର ଉତ୍ତରାଖଣ୍ଡର ବିଜେପି ସରକାର ବିଜେପି କର୍ମୀଙ୍କ ଦ୍ୱାରା ରାହୁଲ ଗାନ୍ଧୀଙ୍କ ନାମରେ ଓଲଟା ଏତଲା ଦରଜ କରାଇଛନ୍ତି । ସୁତରାଂ ବିଜେପି ଦଳିତ ବିରୋଧି ବୋଲି ସ୍ପଷ୍ଟ ହୋଇପଡୁଛି । କାରଣ ରାହୁଲ ଗାନ୍ଧୀଙ୍କର ଯଥାର୍ଥ ଦାବିକୁ ଉତ୍ତରାଖଣ୍ଡର ବିଜେପି ସରକାର ଗ୍ରହଣ କରୁନାହିଁ । ଲୋକସଭାର ବିରୋଧିଦଳର ନେତା ଅପମାନିତ ହେବା ପରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଚୁପ୍ ବସିଛନ୍ତି । ସୁତରାଂ ଜାତି, ବର୍ଣ୍ଣ, ଛୁଆଁ ଅଛୁଆଁର ଭେଦଭାବକୁ ଏହି ଶୁଧିକରଣ କାର୍ଯ୍ୟଦ୍ୱାରା ଉତ୍ସାହିତ କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଥିଲେ । ଏହା ମନୁବାଦୀ ମାନସିକତା ଏବଂ ଭାରତୀୟ ଜନତା ପାର୍ଟି ଦେଶରେ ମନୁସ୍ମୃତିର ଶାସନ ଚଳାଇଛନ୍ତି । ମାତ୍ର ଆମେ ଦେଶର ସମ୍ବିଧାନକୁ ସମ୍ମାନ ଦେଉଛୁ ଏବଂ ମନୁସ୍ମୃତି ଏକ ପରିତ୍ୟକ୍ତ ବ୍ୟବସ୍ଥା ବୋଲି ଦୃଢ଼ କଣ୍ଠରେ ଘୋଷଣା କରୁଛୁ । ଗାନ୍ଧୀ ଜୀ, ଆମ୍ବେଦକର, ବିବେକାନନ୍ଦ, ଜ୍ୟୋତିବା ଫୁଲେ, ସାବିତ୍ରୀବାଇ ଫୁଲେ ପ୍ରମୁଖ ମନୁସ୍ମୃତିର ବହୁ ଶ୍ଳୋକକୁ ନାପସନ୍ଦ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସୁଦିପ ସାମଲ, ଆଲୋକ ଦାସ, ସ୍ୱାଗତ କର, ମହମ୍ମଦ ଗୁଲଫାମ, ଲକ୍ଷ୍ମୀପ୍ରିୟା ନାୟକ, ଗୋପନମାର୍ଥା, ଅଭିଜିତ ଜେନା, ସୁରଜ ବେହେରା, ବଟକୃଷ୍ଣ ରାଉତରାୟ, ବିପ୍ଳବ ଶିଳାଦିତ୍ୟ, ବିରଞ୍ôଚ ବାରିକ, ଲିପିକା ପାତ୍ର, ଶିବ୍ ଅଗ୍ରୱାଲ, ପ୍ରତିମ ପରିଜା, ଜାଭେଦ୍ ଅକ୍ତାର, ବଳରାମ ନନ୍ଦ, ଚିତ୍ତରଞ୍ଜନ ନାୟକ, ନିରଞ୍ଜନ ଆଚାର୍ଯ୍ୟ, ପବିତ୍ର ସେଠୀ, ସୁନେସ୍ ଧିର, ଶୁଭମ୍ ଦାସ, ଅଙ୍କିତ ସାହୁ, ଅମିତ ଆହିର, ବଳରାମ ରାଉତ, ମହମ୍ମଦ ସଲାଉଦି୍ ଓ ସରୋଜ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *