ନିର୍ବାଚନ ପୂର୍ବରୁ ୬ଟି ଆରଡିସି ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରନ୍ତୁ ସରକାର – କଂଗ୍ରେସ

ଓଡିଶାରେ ବିଭିନ୍ନ ସମୟରେ ଓ ବିଭିନ୍ନ ଘଟଣା ପ୍ରବାହରେ ଆର.ଡି.ସି. ସ୍ତରୀୟ ତଦନ୍ତ ଘୋଷଣା
କରିଥିବା ନବୀନ ସରକାର ଆଜି ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନକରିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଏ ନେଇ ସିଧା ସଳଖ ମୁଖ୍ୟମବୀଙ୍କୁ ଟାର୍ଗେଟ୍ କରିଛନ୍ତି । କାହିଁକି ମୁଖ୍ୟମବୀ ୬ଟି ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଘଟଣାର ଆର.ଡି.ସି. ତଦନ୍ତ ରିପୋର୍ଟକୁ ଓ ଏହାର ଆକ୍ସନଟେକେନ୍ ରିପୋର୍ଟକୁ ଲୋକଲୋଚନକୁ ଆଣୁନାହାନ୍ତି, ତା’ର ଉତର ରଖିବାକୁ ଦାବି କରିଛି କଂଗ୍ରେସ । ବିଗତ ଦିନରେ ଘଟିଥିବା ୬ଟି ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ଯଥା – ୧) କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ନମତରା ଗୁଳିକାଣ୍ଡ ଘଟଣା,୨) ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା, ୩) ପୁରୀ ଠାରେ ଇସ୍କନ୍ ଦ୍ୱାରା ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା, ୪) ପୁରୀ ସ୍ୱର୍ଗଦ୍ୱାର ଜମି କେଳେଙ୍କାରୀ, ୫)ଭଦ୍ରକ ଦଙ୍ଗା ଘଟଣା ଓ  ୬) ମୁଖ୍ୟମବୀଙ୍କ ହେଲିକପ୍ଟର କୋଟପାଡ ଠାରେ ୪୫ ମିନିଟ୍ ଧରି ନିଖୋଜ ହୋଇଯିବା ଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ରହସ୍ୟମୟ ନିରବତା ଅବଲମ୍ବନ କରୁଛନ୍ତି ।

ଏହି ସମସ୍ତ ୬ଟି ଘଟଣାମଧ୍ୟରୁ କେବଳ ପ୍ରଥମ ତିନୋଟି ଘଟଣାରେ ଯଥା ନମତରା ଗୁଳିକାଣ୍ଡ, ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଓ ଇସ୍କନ୍ ଦ୍ୱାରା ପ୍ରସ୍ତାବିତ ଦ୍ୱିତୀୟଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସଂପର୍କରେ ଆର.ଡି.ସି. ସ୍ତରୀୟ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି । ଯାହାକୁ ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ଅନ୍ୟ ତିନୋଟି ଘଟଣା ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ ସ୍ୱର୍ଗଦ୍ୱାର ଜମି କେଳେଙ୍କାରୀ ମାମଲା ହେଉ ଅବା ଭଦ୍ରକ ଦଙ୍ଗା ଘଟଣା କିମ୍ବା ଖୋଦ୍ ମୁଖ୍ୟମବୀଙ୍କ ହେଲିକପ୍ଟର ନିଖୋଜ ଘଟଣା ସଂପର୍କିତ ଆର.ଡି.ସି. ତଦନ୍ତ ରିପୋର୍ଟକୁ ଚାପି ଦେବାକୁ ବସିଛନ୍ତି ସରକାର ଏବଂ ଏ ସଂପର୍କିତ କୌଣସି ଖବର ସରକାରଙ୍କ ପାଖରେ ନଥିବା ସୂଚନା ଅଧିକାର ଆଇନ୍ ବଳରେ ମଗାଯାଇଥିବା ରିପୋର୍ଟରୁ ଜଣାପଡିଛି ।

ଏ ସମସ୍ତ ଘଟଣାରେ ଯାହା ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଖୋଦ୍ ମୁଖ୍ୟମବୀଙ୍କର ସୁରକ୍ଷା ସହିତ ଜଡିତ ଅଛି ତାହା ହେଲା କୋଟପାଡ ଠାରେ ମୁଖ୍ୟମବୀଙ୍କ ହେଲିକପ୍ଟର ଆକାଶମାର୍ଗରେ ଦୀର୍ଘ ୪୫ ମିନିଟ୍ ଧରି ନିଖୋଜ ହୋଇଯିବା ଘଟଣା ଯାହା ଉପରେ ଆର.ଡି.ସି. ତଦନ୍ତ ରିପୋର୍ଟର ସ୍ଥିତି କ’ଣ ତାହା ଲୋକଙ୍କୁ ଜଣାଇବାର ଦାୟିତ୍ୱ ନିଅନ୍ତୁ ସରକାର ।

ଏ ଘଟଣାରେ କେବଳ ଜଣେ ନିର୍ବାହୀ ଯବୀଙ୍କୁ ବହିଷ୍କାର କରି ଚୁପ୍ ବସିଗଲେ ସରକାର । ପ୍ରତ୍ୟେକ ଦିନ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଉଥିବା ନବୀନ ସରକାର ଉପର ବର୍ଣ୍ଣିତ ୬ଟି ଆର.ଡି.ସି. ସ୍ତରୀୟ ତଦନ୍ତ ରିପୋର୍ଟକୁ ନିର୍ବାଚନ ପୂର୍ବରୁ ଲୋକଲୋଚନକୁ ଆଣିବା ପାଇଁ ଦାବି କରିଛି କଂଗ୍ରେସ । ଏଭଳି ୬ଟି ସମ୍ବେଦନଶୀଳ ପ୍ରସଙ୍ଗରେ ଆର.ଡି.ସି. ତଦନ୍ତ ରିପୋର୍ଟକୁ ଓଡିଶାବାସୀଙ୍କ ସାମ୍ନାରେ ଅନ୍ତତଃ ନିର୍ବାଚନ ପୂର୍ବରୁ ସାର୍ବଜନୀନ କରିବାକୁ ମୁଖ୍ୟମବୀ ନିଜେ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଏହି ସାମ୍ବାଦିକ ସ୧ିଳନୀରେ ମୁଖପାତ୍ର ଅଶୋକ ସାମଲ, ପ୍ରଶାନ୍ତ ଶତପଥି, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି, ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Spread the love