ଇସ୍ତାହାରକୁ ନେଇ କଂଗ୍ରେସ ସେବାଦଳ ଗାଁକୁ ଯିବ

ଭବନଠାରେ କଂଗ୍ରେସ ସେବାଦଳର ରାଜ୍ୟସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହାକୁ ଉଦ୍ଘାଟନ

କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଇସ୍ତାହାରକୁ ନେଇ ସେବାଦଳ କର୍ମୀ ଘରେ ଘରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଅଖିଳ ଭାରତ କଂଗ୍ରେସ ସେବା ଦଳର ସାଧାରଣ ସମ୍ପାଦକ ଚନ୍ଦ୍ରପ୍ରକାଶ ବାଜପେୟୀ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାକୁ ପରାମର୍ଶ ଦେବା ସହ ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜୋର୍ ଦେଇଥିଲେ ।

ଅନ୍ୟତମ ପ୍ରଭାରୀ ପୂର୍ଣ୍ଣ ଘୋଷ ସଂଗଠନକୁ ମଜଭୂତ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଦେଶ କଂଗ୍ରେସ ସେବା ଦଳର ମୁଖ୍ୟ ସଂଗଠକ ବୀରେନ ମୋହନ
ପଟ୍ଟନାୟକ ସମାବେଶକୁ ଅଧ୍ୟକ୍ଷତା କରିଥିଲେ । କଂଗ୍ରେସ ସେବା ଦଳର ରାଜ୍ୟ ଅତିରିକ୍ତ ମୁଖ୍ୟ ସଂଗଠକ ମନୋଜ ଜେନା ସମ୍ମିଳନୀକୁ ସଞ୍ଚାଳନ କରିବା ସହ ସେବା ଦଳର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସର ଉପସଭାପତି ଅନନ୍ତ ପ୍ରସାଦ ସେଠୀ, ପ୍ରଫେସର କୈଳାସ ଆ·ର୍ଯ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ପ୍ରବକ୍ତା ପଦ୍ମାକର ଗୁରୁ ଉଦ୍ବୋଧନ ଦେଇ ସେବା ଦଳର କାର୍ଯ୍ୟକ୍ରମକୁ ବ୍ୟାପ କରିବାକୁ ପରାମର୍ଶ ଦେଇଥିଲେ ।

ସେବା ଦଳ ଭୁବନେଶ୍ୱର ମୁଖ୍ୟ
ସଂଗଠକ ରାଜକିଶୋର ଦାସଙ୍କ ନେତୃତ୍ୱରେ ୩୦୦ରୁ ଉଦ୍ଧ୍ୱର୍ କର୍ମୀ ବାଇକ୍ ରାଲିରେ ଆସି ସମାବେଶରେ ପହଞ୍ôଚ
ଆନୁଷ୍ଠାନିକ ଭାବେ କଂଗ୍ରେସ ସେବା ଦଳରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ବିଗ୍ରେଡ଼ିୟର
ସେବା ଦଳ ସଂଗଠକ ଦୀନେଶ ପରିଡ଼ା, କାର୍ଯ୍ୟାରୀ ସମ୍ପାଦକ ଜ୍ୟୋତିଷ ସାହୁ, ସୋସିଆଲ ମିଡ଼ିଆ ସେଲ୍ ଏମ୍ଡ଼ି
ଶାହାଦୁଲ୍ଲା, ରାଜ୍ୟ ସଂଗଠକ ଅଶୋକ ସିଂ, କୋଷାଧ୍ୟକ୍ଷ ନିରେଶ ପାତ୍ର, ସଂଗଠନ ସମ୍ପାଦକ କୁଳମଣି ସାହୁ
ପ୍ରମୁଖ କାର୍ଯ୍ୟକ୍ରମକ ପରି·ଳନାରେ ସହଯୋଗ କରିଥିଲେ ।
(

Spread the love