ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କେମିତି ହୁଏ ବୁଝାଇଲେ ବାଗଚୀ

ଭୁବନେଶ୍ୱର, ୪/୦୪: ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏବଂ ଜଣେ ସଂଦିଗ୍ଧ ସରକାରଙ୍କ ନିକଟକୁ ଆସିବା ପରେ ସରକାରୀ କଳ କିଭଳି ସକ୍ରିୟ ହୋଇଉଠେ ତାହା ଆଜି ଜନସାଧାରଣଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ  କୋଭିଡ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ମିଳିବା ପରେ ‘କଣ୍ଟାକ୍ଟ ଟ୍ରେସିଂ’ ଆରମ୍ଭ ହୁଏ। ଅର୍ଥାତ ସେ ଯେଉଁ ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି ବାହାର କରିବା ସହିତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ‘କଣ୍ଟାକ୍ଟ ଟ୍ରେସିଂ’ ଏକ କ୍ଲିଷ୍ଟ ପ୍ରକ୍ରିୟା ଓ ଏଥିଲାଗି ବହୁସଂଖ୍ୟକ ସରକାରୀ କର୍ମଚାରୀ ଓ ପୁଲିସ କର୍ମଚାରୀ ଏବଂ ଯାନବାହନ କିପରି ନିୟୋଜିତ ହେଉଛନ୍ତି ତାହା ସେ ବର୍ଣ୍ଣନା କରିଥିଲେ।

ଜଣେ ବ୍ୟକ୍ତି ଯେତେବେଳେ କରୋନା ସଂକ୍ରମଣର ଶିକାର ହୁଏ, ସରକାରୀ କଳ କେମିତି କାମ କରେ ତାହା ସୁବ୍ରତ ବାଗଚୀ ସରଳତାର ସହିତ ସାମ୍ବାଦିକ ସମ୍ମିଳନୀରେ ବୁଝାଇଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାର ସର୍ବ ପ୍ରଥମେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ‘ଯାତ୍ରା ଇତିହାସ’ ଜାଣିବାକୁ ଚାହାନ୍ତି । ସଂପୃକ୍ତ ବ୍ୟକ୍ତି  ଯାତ୍ରା ସମୟରେ କେଉଁଠିକୁ ଯାଇଥିଲେ ଏବଂ ସେହି ସ୍ଥାନରେ କାହା କାହା ସହ ସଂସ୍ପର୍ଶରେ ଆସିଥିଲେ ତାହାର ଖବର ନିଅନ୍ତି । ଏହା ପରେ ସରକାର ସଂକ୍ରମିତ ବ୍ୟକ୍ତିଙ୍କୁ ଆଣିବା ପାଇଁ ରାତାରାତି କାମ କରିଥାନ୍ତି ।ସରକାରୀ ଅଧିକାରୀ, ପୁଲିସ ପ୍ରଶସନ ଆରମ୍ଭ କରିଦିଏ ଅପରେସନ୍।

ପ୍ରଥମେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହସ୍ପିଟାଲ ଅଣାଯାଇଥାଏ । ନମୁନା ଯଦି ପଜିଟିଭ ବାହାରିଲା, ତାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଣିବା ପାଇଁ ପୁଣି ଯୋଗାଯୋଗା କରାଯାଏ ବୋଲି ଶ୍ରୀ ବାଗଚୀ କହିଛନ୍ତି । ସରକାର ଏହି ପଦ୍ଧତିରେ କରୋନା ସଂକ୍ରମିତ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇଥାଏ । କିନ୍ତୁ ଏମତି କ୍ରମାଗତ ଭାବେ କାମ କରିବା ଶାସନ କଳ ପାଇଁ ବଡ଼ ବୋଝ ହୋଇଯାଏ ।

କୋଭିଡ ମୁଖ୍ୟ ଶ୍ରୀ ବାଗଚୀ କହିଛନ୍ତି, ଏ ପର୍ଯ୍ୟନ୍ତ ରାଜ୍ୟରେ ୨୦ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଧରନ୍ତୁ ଯଦି ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୫୦ ଜଣ ଆସିଛନ୍ତି । ହାରାହାରି ୧୦୦୦ ଜଣ ଲୋକଙ୍କର  କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୁଏ।  କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଆଣିବା ପାଇଁ ଗୋଟିଏ ଟିମରେ ମୋଟ ୧୦ ଜଣ ପ୍ରଶାସନିକ ଅଧିକାରୀ, ପୁଲିସ କର୍ମଚାରୀ ଓ ହସ୍ପିଟାଲ କର୍ମଚାରୀ ରହନ୍ତି । ତେଣୁ ୨୦ଟି ଟିମରେ ଟ୍ରାକିଂ ପାଇଁ ୨୦୦ ଜଣ ରହିବେ । ରାତି ସାରା ୧୦୦୦ ଲୋକଙ୍କୁ ନେଇ ଆସିବା ପାଇଁ ୨୦୦୦ ଗାଡ଼ି ଦରକାର । କାରଣ ଜଣେ ବ୍ୟକ୍ତିଙ୍କୁ ଆଣିବା ପାଇଁ ୨ଟି ଗାଡ଼ି ଦରକାର । ଦଶ ପ୍ରତିଶତ ପଜିଟିଭ ବାହାରିଲେ ୧୦୦ ଜଣ ପଜିଟିଭ ବାହାରିବେ । ଯଦି ଏହି ଭଳି ଭାବରେ ରୋଗୀ ସଂଖ୍ୟା ବଢ଼େ ତାହେଲେ ୧୦୦ ଜଣ କରୋନା ରୋଗୀଙ୍କ ଠାରୁ ୧୦ ପ୍ରତିଶତ ରୋଗୀ ୫୦୦ରେ ପହଞ୍ଚିବ । ପୁଣି ଏହି ସଂଖ୍ୟା ୫୦୦୦ରେ ପହଞ୍ଚିବ । ଏବଂ ୫୦୦୦ କରୋନା ରୋଗୀଙ୍କୁ ହସ୍ପିଟାଲ ଆଣିବା ପାଇଁ ସରକାରଙ୍କ ଉପରେ .ବୋଝ ପଡ଼ିଯିବ । ତେଣୁ ଯେଉଁ ବ୍ୟକ୍ତି ନିଜକୁ ସନ୍ଦିଗ୍ଧ ମନେକରୁଛନ୍ତି, ସରକାରଙ୍କ ୧୦୪କୁ ଯୋଗାଯୋଗ କଲେ କରୋନା ମୁକାବିଲା ସହଜ ହେବ ।

Spread the love