କରୋନା ଭୟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ମାଲକାନଗିରି,୨୧/୦୫: କୋରୋନା ଭୟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଡାନ୍ତେ ୱାଡ଼ା ଜିଲ୍ଲାରେ ୨ ମହିଳା ମାଓବାଦୀଙ୍କ ସମେତ ୨ ଜଣ ପୁରୁଷ ଜିଲ୍ଲା ପୋଲିସ୍ ସମ୍ମୁଖରେ ଅସ୍ତ୍ର ତ୍ୟାଗ କରିଛନ୍ତି।

ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆତ୍ମସମର୍ପଣ କରିବା ପରେ ୪ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ସେଥିରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ମାଓ ସଙ୍ଗଠନରେ କୋରୋନା ବ୍ୟାhr ସାରିଛି। ତେଣୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ମାଓବାଦୀଙ୍କ ମିଟିଂରେ ସାମିଲ ନହେବାକୁ ଅପିଲ କରିଛନ୍ତି ଏସ ପି ଅଭିଷେକ ପଲ୍ଲବ।

ସୂଚନାଯୋଗ୍ୟ, ମାଓ ସଙ୍ଗଠନରେ ଏବେ କରୋନା ଆତଙ୍କ ଦେଖାଦେଇଛି । ୫୦ରୁ ଅଧିକ ମାଓବାଦୀ କୋଭିଡ୍ ସଂକ୍ରମିତ ଥିବା ନିକଟରେ ଦାନ୍ତେଓ୍ୱାଡା ଏସପି କହିଥିଲେ । ଏପରିକି ୧୦ରୁ ୨୦ ଜଣ ପ୍ରାଣ ମଧ୍ୟ ହରାଇଥିବା ସେ ସୂଚନା ଦେଇଥିଲେ । ଏହାକୁ ନଜରରେ ରଖି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ବରିଷ୍ଠ ପୋଲିସ ଅଧିକାରୀମାନେ କହିଥିଲେ ।

Spread the love