ଲକ୍ଷ୍ନୌରେ ନୂଆ ବିପଦ ! ପାଣିରୁ ମିଳିଲା କରୋନା ଭୂତାଣୁ

ଲକ୍ଷ୍ନୌ୨୬/୫ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ଭାଇରସକୁ ନେି ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏବେ ପାଣିରେ କୋଭିଡ ଭୂତାଣୁ ଥିବା ନିଶ୍ଚିତ ହୋଇଛି । ୟୁପିରେ ନଦୀରେ ଭାସୁଥିବା ମୃତଦେହ କାରଣରୁ ପାଣିରେ ଭୂତାଣୁ ଥିବା ନେଇ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ICMR ଏବଂ WHO ତରଫରୁ ପାଣିରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରିବା ପରେ ଏକଥା ସ୍ପଷ୍ଟ କରାଯାଇଛି ।

ଜଳ ନିଷ୍କାସନ ନମୁନା ପରୀକ୍ଷା ପାଇଁ ମୋଟ ଆଠଟି କେନ୍ଦ୍ରରେ ପରୀକ୍ଷଣ କରାଯାଇଥିଲା । ଏହି କେନ୍ଦ୍ରଗୁଡିକ ମଧ୍ୟରୁ ଲକ୍ଷ୍ନୌର PGI ମାଇକ୍ରୋବାଇଲୋଜି ହସ୍ପିଟାଲ୍ ଅଧ୍ୟକ୍ଷ ଉଜ୍ଜ୍ୱଲା ଘୋଷାଲ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ନୌର ୩ଟି ସ୍ଥାନରୁ ନୂମା ସଂଗ୍ରହ କରାଯାଇଥିଲା । ସେଥିରୁ ଗୋଟଏ ସ୍ଥାନର ପାଣିରୁ ଭୂତାଣୁ ଥିବା ନେଇ ସ୍ପଷ୍ଟ ହୋଇଛି । ମାଇକ୍ରୋବାୟୋଲୋଜି ବିଭାଗର HOD ଏନେଇ ସ୍ପଷ୍ଟ କରିଛନ୍ତି । କରୋନା ଭାଇରସ ମୁଖ୍ୟତଃ ଛିଙ୍କିବା ଏବଂ କାଶିବା ସଂକ୍ରମିତ ହୋଇଥାଏ । ଏହା କେତେକ ରୋଗୀଙ୍କ ଷ୍ଟୁଲ ନମୁନାରେ ମଧ୍ୟ ଦେଖିବାକୁ ମିଳିଛି । ଯାହା ମୁଖ୍ୟତଃ ଭାଇରସର କିଛି ଅଂଶ ବିଶେଷ । ଆଗକୁ ଏନେଇ ଆହୁରି ରିସର୍ଚ୍ଚ ଜାରି ରହିଛି ସରିବା ପରେ ସବୁ କିଛି ସ୍ପଷ୍ଟ ହେବ ।

Spread the love