କଟକ ସଟ୍‌ଡାଉନ

କଟକରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ୪୮ ଘଂଟା ପାଇଁ ସଟଡାଉନ କରାଯାଇଛି । ଏହି ସଟଡାଉନ ବେଳେ କେବଳ କେତେକ ମେଡିସିନ ଦୋକାନକୁ ଛାଡିଲେ ବାକି ସମସ୍ତ ଦୋକାନ-ବଜାର ବନ୍ଦ ରହିବ । ଏଥିସହିତ ଲକଡାଉନ ଲାଗି ଦିଆଯାଇଥିବା ଜରୁରୀକାଳୀନ ପାସକୁ ମଧ୍ୟ ରଦ୍ଧ କରାଯାଇଛି । ଯଦି କେହି ଏହି ସମୟରେ ଘରୁ ବାହାରନ୍ତି, ତେବେ ସେମାନଙ୍କୁ ପୁଲିସ ଉଠାଇ ନେଇ ୧୪ ଦିନ ପାଇଁ ସରକାରୀ କ୍ୱାରେଂଟାଇନରେ ରଖିବ । ଏଥିରେ ସହଯୋଗ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରାଯାଇଛି ।

ରାଜ୍ୟ ୬ଷ୍ଠ ଆକ୍ରାନ୍ତ ଜଣକ କଟକରୁ ଚିହ୍ନଟ ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ଆକ୍ରାନ୍ତ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ଅନୁଧ୍ୟାନ ଆରମ୍ଭ ହୋଇଛି । ସେମାନଙ୍କୁ ଠାବ କରିବାକୁ ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡିଛି । ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହୋମ କ୍ୱାରେଂଟାଇନ୍ସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love