ଶେଷ ହେଲା ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଭୁବନେଶ୍ବର ୨୬।୫: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ସକାଳ ୯ଟାରେ ଆରମ୍ଭ ହୋଇଥିବା ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିଥିଲା । ବାତ୍ୟା ‘ୟାସ୍’ ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡି ଚାଲିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇଯିବ । ବର୍ଷାର ପରିମାଣ କମିଲେ ମଧ୍ୟ ବର୍ଷା ଜାରି ରହିବ ବୋଲି ସୂଚନା ମିଳିଛି ।

ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ଧିରେ ଧିରେ କମିବାରେ ଲାଗିଛି, କିନ୍ତୁ ବର୍ଷା ଜାରି ରହିବ । ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ବାତ୍ୟା ୟାସ୍ ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୫୦ କି.ମି ଥିଲା । ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହେବ । ପବନର ବେଗ ହ୍ରାସ ପାଇ ୯୦ କି.ମିରୁ ୧୦୦କି.ମି.କୁ ଖସିବ । ପରବର୍ତ୍ତୀ ୬ ଘଣ୍ଟାରେ ପବନର ବେଗ ୬୦କି.ମି.କୁ ଖସିବ । ଏହାପରେ ୨୭ ତାରିଖ ସକାଳେ ଏହା ଡିପ୍ ଡିପ୍ରେସନ ହୋଇ ଝାଡଖଣ୍ଡ ମୁହାଁ ହେବ । ତେବେ ଆସନ୍ତା ୧୨ଘଣ୍ଟା ଯାଏଁ ପ୍ରବଳ ବର୍ଷା ଲାଗି ରହିବ ।

Spread the love