ଅଗ୍ନିକାଣ୍ଡରେ ଜଳି ଯୁବତୀ ମୃତ

କଟକ : ଲାଲବାଗ ଥାନା ଅନ୍ତର୍ଗତ ସୂତାହାଟ ଅଞ୍ଚଳରେ ସୋମବାର ରାତିରେ ଜାଳେଣି ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଯୁବତୀ ହେଲେ ସାଜିଦ ଅଲ୍ଲୀଙ୍କ ଝିଅ ଲତିଫା ଶେଖ୍‌ (୨୨) । ଅଗ୍ନିକାଣ୍ଡ ସଂକ୍ରାନ୍ତରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ନିଆଁ ଲାଗିଥିବା ଘର ଭିତରୁ ଯୁବତୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପୁଲିସ ଏସସିବି ମେଡ଼ିକାଲକୁ ପଠାଇଛି ।

Spread the love