ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କ ୬୮ ବର୍ଷ ବୟସରେ ଆଜି ମୃତ୍ୟୁ ଘଟିଛି। ସେ କରୋନା ସଂକ୍ରମିତ ହେବାପରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସଧିନ ଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସ୍ୱର୍ଗତଃ ରାଉତରାୟ ୧୯୫୩ ମସିହା ଜୁଲାଇ ୨୮ରେ ଜନ୍ମ ଗ୍ରହଣ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟଙ୍କ ପୁତ୍ର ହେଉଛନ୍ତି ବିଜୟଶ୍ରୀ ରାଉତରାୟ।

ବିଜୟଶ୍ରୀ ରାଉତରାୟ ବିଜେଡି ସରକାରରେ ଏକାଧିକ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ଦୀର୍ଘ ୩୦ ବର୍ଷ ଧରି ଭଦ୍ରକ ଜିଲ୍ଲା ବାସୁଦେବପୁରର ବିଧାୟକ ଥିଲେ। ସେ ୧୯୯୦ ରୁ ୨୦୧୯ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରୁ ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ। ୧୯୯୦ ଏବଂ ୧୯୯୫ରେ ଜନତା ଦଳ ଟିକେଟ୍‌ରୁ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ବିଜୁ ଜନତା ଦଳ(ବିଜେଡି)ରେ ନିଜର ରାଜନୈତିକ ଜୀବନକୁ ଆଗେଇ ନେଇଥିଲେ। ସେ ବିଜେଡିର ଜଣେ ବରିଷ୍ଠ ଚେହେରା ଥିଲେ। ୨୦୦୦, ୨୦୦୪, ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟ୍‌ରେ ବାସୁଦେବପୁର ନିର୍ବାଚନ ମଣ୍ଡଳରୁ କ୍ରମାଗତ ବିଜୟୀ ହୋଇଥିଲେ।

Spread the love