ଜାଣିବା କେଉଁ ଦୀପ ଜାଳିଲେ କଣ ଫଳ ମିଳେ

(ଶଶିକଳା ପ୍ରଧାନ ) ଯିଏ ନିଜେ ଜଳି ଅନ୍ୟକୁ ଆଲୋକ ଦିଏ ସିଏ ହେଉଛି ଦୀପ । ସେଥିପାଇଁ ସବୁ ଲୋକେ ଦୀପକୁ ନିଜଘରେ କିମ୍ବା ମନ୍ଦିରରେ ଜାଳିଥାନ୍ତି । କୁହାଯାଏ ଦୀପ ଜାଳିଲେ ଦୁଃଖ ଦୂରହେବା ସହ ଶୁଭ ଫଳ ମିଳିଥାଏ । ଆସନ୍ତୁ ଜାଣିବା କେଉଁ ଦୀପ ଜାଳିଲେ କଣ ସୁଫଳ ମିଳେ ।
ଅଟା ଦୀପ– କୌଣସି ପ୍ରକାରର ସାଧନ ବା ସିଦ୍ଧି ପାଇଁ ଅଟାର ଦୀପ ପ୍ରଜ୍ଜ୍ୱଳନ କରାଯାଏ ।

ଘିଅ ଦୀପ– ଘରେ ଯଦି କୌଣସି ପ୍ରକାରର ଆର୍ଥିକ ଦୁରାବସ୍ଥା ଚାଲିଥାଏ, ତେବେ ପୂଜା ଘରେ ନିୟମିତ ଶୁଦ୍ଧ ଘିଅର ଦୀପ ଜାଳିଲେ ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି । ଘରେ ଅବା ମନ୍ଦିରରେ ଶୁଦ୍ଧ ଗାଇ ଘିଅର ଅଖଣ୍ଡ ଦୀପ ମଧ୍ୟ ପ୍ରଜ୍ଜ୍ୱଳନ କରାଯାଏ ।


ସୋରିଷ ତେଲ ଦୀପ- ଶତ୍ରୁଙ୍କ କବଳରୁ ରକ୍ଷା ପାଇବା ପାଇଁ ଘରେ ସୋରିଷ ତେଲର ଦୀପ ଜାଳିବା ଆବଶ୍ୟକ । ଏହା ବ୍ୟତୀତ ସୂର‌୍ୟ୍ୟଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଧ୍ୟ ସୋରିଷ ତେଲର ଦୀପ ଜଳାଯାଏ ।
ରାଶି ତେଲର ଦୀପ- ଯାହାର ଶନି ଦଶା ଚାଲିଥାଏ, ସେ ଗ୍ରହ ଶାନ୍ତି ପାଇଁ ରାଶି ତେଲର ଦୀପ ଜଳାଇବା ଉଚିତ୍ । କୁହାଯାଏ ଏହି ଦୀପ ଜଳାଇଲେ ଶନି ଦେବ ସନ୍ତୁଷ୍ଟ ହୋଇଥାନ୍ତି ।
ଅଳସୀ ତେଲ ଦୀପ- ରାହୁ-କେତୁ ଦଶା ପଡିଥିଲେ, ଏହି ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଅଳସୀ ତେଲର ଦୀପ ଘରେ ଜାଳିବା ଉଚିତ୍ ।
ତ୍ରିମୁଖୀ ଦୀପ- ଗଣେଶଙ୍କ କୃପା ପାଇବା ପାଇଁ ପ୍ରତିଦିନ ଘରେ ତ୍ରିମୁଖୀ ଦୀପ ଜଳାଇବା ଆବଶ୍ୟକ ।
ସୋରିଷ ତେଳରେ ଚାରିମୁଖ ଦୀପ- ଭୈରବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାରିମୁଖ ଦୀପରେ ସୋରିଷ ତେଳ ଦେଇ ଜାଳିପାରିବେ । ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରୁ ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ ।
ପଞ୍ଚମୁଖୀ ଦୀପ- ଘରେ ଯଦି କୌଣସି ମକଦମା ବା କେସ ଚାଲିଥିଲେ, ତେବେ ଆପଣ ପୂଜା ଘରେ ପଞ୍ଚମୁଖୀ ଦୀପ ଜାଣିବା ଆବଶ୍ୟକ । ଏହା ଦ୍ୱାରା ଭଗବାନ କାର୍ତ୍ତିକେୟ ସନ୍ତୁଷ୍ଟ ହୋଇଥାନ୍ତି ସପ୍ତମୁଖୀ ଦୀପ- ଦେବୀ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ପୂଜା ଘରେ ଦେବୀଙ୍କ ସାମ୍ନାରେ ସପ୍ତମୁଖୀ ଦୀପ ଜାଳିବା ଉଚିତ୍ । ତେଣୁ ଦୀପାବଳୀ ଦିନ ଦେବୀ ଲକ୍ଷ୍ମୀଙ୍କ ଉଦେ୍ଦଶ୍ୟରେ ସପ୍ତମୁଖୀ ଦୀପଟିଏ ଜାଳିବା ଶୁଭ ।
ଆଠ ବା ବାରମୁଖୀ ଦୀପ- ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘିଅ ବା ସୋରିଷ ତେଲ ଦେଇ ଆଠ ବା ବାର ମୁଖୀ ଦୀପ ଜାଳିବା ଉଚିତ୍ ।
ଷୋଳମୁଖୀ ଦୀପ- ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିୟମିତ ପୂଜା ଘର ସାମନାରେ ଏକ ଷୋଳମୁଖୀ ଦୀପ ଜାଳିପାରିବେ । 

Spread the love