ଦିଲ୍ଲୀ ଏୟାରପୋର୍ଟରେ ବୋମା !

ଦିଲ୍ଲୀ ଏୟାରପୋର୍ଟରେ ବୋମା ଥିବା ସନ୍ଦେହ କରାଯାଇ ହାଇ ଆଲର୍ଟ ଜାରି କରାଯାଇଛି । ବୋମା ଥିବା ସନ୍ଦେହ କରି ଯାତ୍ରୀମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ । ଏହି ଘଟଣା ପରଠାରୁ ଏହାର ଆଖପାଖ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରରେ 370 ଧାରା ଉଚ୍ଛେଦ ହେବା ପରଠାରୁ ସରକାର ଦେଶବ୍ୟାପୀ ହାଇଆଲର୍ଟ ଜାରି କରାଯାଇଛି । ଏଥିସହ ଆଗକୁ ସ୍ୱାଧୀନତା ଦିବସ ଥିବାରୁ ଚାରିଆଡେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି ।

Spread the love