ଧାମରାରୁ ୪୦କି.ମି. ଦୂରରେ ‘ୟାସ୍’, ଦିନ ୧୧ଟାରୁ ୧ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ଭୁବନେଶ୍ବର ୨୬।୫: ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ‘ୟାସ୍’ । ଅତି ଭୀଷଣ ରୂପ ଧାରଣ କରି ‘ୟାସ୍’ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଭଦ୍ରକର ଧାମରାରୁ ଏହା ୪୦ କି.ମି. ଦୂରରେ ରହିଛି । ବାଲେଶ୍ବର ଏବଂ ପଶ୍ଚିମବଙ୍ଗର ଦୀଘାଠୁ ୯୦ କି.ମି. ଦୂରରେ ରହିଛି ‘ୟାସ୍’ । ଘଣ୍ଟାପ୍ରତି ୧୫ କି.ମି. ବେଗରେ ଗତି କରୁଛି ବାତ୍ୟା । ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଦିନ ୧୧ଟାରୁ ୧ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି ।

ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ୟାସ୍’ର ଆଖିର ବ୍ୟାସାର୍ଦ୍ଧ ରହିଛି ୩୫ କିଲୋମିଟର । ଲ୍ୟାଣ୍ଡଫଲ୍ ବେଳେ ୧୩୦ରୁ ୧୫୫ କି.ମି. ବେଗରେ ପବନ ବହିପାରେ ବୋଲି ଆକଳନ କରାଯାଉଛି ।

ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵରରେ ‘ୟାସ୍’ ପ୍ରଭାବ ଦେଖିବାକୁ ମିଳିଳାନି । ଏହିସବୁ ଜିଲ୍ଲାମାନଙ୍କରେ ୬୦ ରୁ ୯୦ କି.ମି. ବେଗରେ ପବନ ବହୁଛି । ଧାମରାର ଉତ୍ତରରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟାସ୍’ । ତେବେ ପାରାଦୀପରେ ୧୩୭ ମି.ମି. ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ଏବେ ୭୦-୮୦ ପ୍ରତି ଘଣ୍ଟା ଓ ଝଟକା ପବନ ୯୦ କି.ମି. ପ୍ରତି ଘଣ୍ଟାରେ ପବନ ବହୁଛି । ସ୍ଥଳଭାଗ ଛୁଇଁବା ବେଳେ ବାଲେଶ୍ଵର ଓ ଭଦ୍ରକରେ ସମୁଦ୍ରରେ ୪ ମିଟର ଉଚ୍ଚର ଜୁଆର ଉଠିବାର ସମ୍ଭାବନା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡାରେ ଜୁଆର ୨/୩ ମିଟର ଜୁଆର ଉଠିବ । ପୂର୍ଣ୍ଣିମା ଥିବାରୁ ଜୁଆର ଅଧିକ ଉଠିବାର ସମ୍ଭାବନା ରହିଛି ।

Spread the love