ବନ୍ୟା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ପେଟ୍ରୋଲିୟମ ଓ ପାକୃତିକ ଗ୍ୟାସ, ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଗସ୍ତରେ ଆସି ବନ୍ୟା ସ୍ଥିତିର ସମୀକ୍ଷା  କରିଛନ୍ତି । ସକାଳ ୯ଟାରେ ଶ୍ରୀ ପ୍ରଧାନ ବନ୍ୟା ପ୍ରଭାବିତ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ, ଏମ. ରାମପୁର, କରଲାମୁଣ୍ଡା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ସୋନପୁର ଜିଲ୍ଲାର ତରଭା ବ୍ଲକ ଓ ତରଭା ଏନ୍ଏସି, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ, ବଲାଙ୍ଗୀର ଟାଉନ(ଗନଧ୍ରେଲ ଡ୍ୟାମ) ଓ ଦେଓଗାଁ ବ୍ଲକର ବନ୍ୟା ପ୍ରଭାବିତ  ଅଞ୍ଚଶ ସର୍ବେକ୍ଷଣ କରିଥିଲେ ।


ଏହି ବନ୍ୟା ସ୍ଥିତି ସମୀକ୍ଷା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ  ପ୍ରମୁଖ  ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ସବୁବେଳେ ତପ୍ତର ରୁହନ୍ତି । 

Spread the love