ଭୟ, ଭ୍ରଷ୍ଟାଚାର ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ପଶ୍ଚିମବଙ୍ଗର ଜନତା ମନ ବନେଇ ସାରିଛନ୍ତି – ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨.୦୩ : ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନନ୍ଦିଗ୍ରାମ ଏବଂ ହଳଦିଆ ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରଚାର ଆରମ୍ଭ କରିଛନ୍ତି । ଏହି ଅବସରରେ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ହୋଇଥିବା ସୁଭେନ୍ଦୁ ଅଧିକାରୀଙ୍କ ପ୍ରାର୍ଥି ପତ୍ର ଦାଖଲ ପୁର୍ବରୁ ଆୟୋଜିତ ହୋଇଥିବା ବିଶାଳ ସଭାଯାତ୍ରାରେ ଯୋଗ ଦେଇଥିଲେ । ଏହି ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଭାରତ ସରକାର ଚାହୁଁଛନ୍ତି ପଶ୍ଚିମବଙ୍ଗର ପରିବର୍ତ୍ତନ ହଳଦୀଆ, ନନ୍ଦିଗ୍ରାମ ଓ ପୂର୍ବ ମେଦିନାପୁରରୁ ଆରମ୍ଭ ହେଉ । ଏହି ନାମାଙ୍କନ ସଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ମଧ୍ୟ ଉପସ୍ଥିତ ଥିଲେ । ହଳଦୀଆଠାରେ ବିଜେପିର ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀ ସୁଭେନ୍ଦୁ ଅଧିକାରୀ ଓ ହଳଦୀଆ ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥିନୀ ତାପଶୀ ମଣ୍ଡଳ ପାଇଁ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧନକରି ଶ୍ରୀ ପ୍ରଧାନ କହିଛନ୍ତି ୯୧ ବର୍ଷ ପୂର୍ବେ ଆଜିର ଦିନରେ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନ ଓ ତାଙ୍କ ନୀତି ବିରୋଧରେ ସାବରମତୀ ଆଶ୍ରମରୁ ଆରମ୍ଭ କରି ଦାଣ୍ଡି ପର୍ଯ୍ୟନ୍ତ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଏହି ଐତିହାସିକ ଦିନକୁ ମନେ ପକାଇ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅମୃତ ମହୋତ୍ସବର ଶୁଭାରମ୍ଭ କରିଛନ୍ତି । ଆଜି ପଶ୍ଚିମବଙ୍ଗରେ ମଧ୍ୟ ପରିବର୍ତ୍ତନର ଯାତ୍ରା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ଜନସାଧାରଣ ଭୟ, ଭ୍ରଷ୍ଟାଚାର, କୁଶାସନ, କଟ୍ ମନ୍‌ି, ଟୋଲବାଜୀ, ଗୁଣ୍ଡାଗର୍ଦୀ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ମନ ବନେଇ ସାରିଛନ୍ତି । ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କଲେ କିନ୍ତୁ ପଶ୍ଚିମବଙ୍ଗର ଜନସାଧାରଣ ଏହାର ଲାଭ ପାଇ ପାରୁ ନାହାନ୍ତି ।
ସେହିପରି ପିଏମ୍ କିଷାନ୍ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ବାର୍ଷିକ ଛଅ ହଜାର ଟଙ୍କା ମୋଦି ସରକାର ପ୍ରଦାନ କରୁଛନ୍ତି । କିନ୍ତୁ ମମତା ଦିଦି ଚାଷୀଙ୍କୁ ଓ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରୁ ବଂଚିତ ରଖିଛନ୍ତି । ପଶ୍ଚିମବଙ୍ଗର ହଳଦୀଆରେ ଯୁବକମାନଙ୍କ ପାଇଁ ରୋଜଗାର ଅପାର ସମ୍ଭାବନା ଥିଲେ ମଧ୍ୟ ରୋଜଗାର ମିଳୁନଥିବା ଶ୍ରୀ ପ୍ରଧାନ କହିଛନ୍ତି । ଦୀର୍ଘ ଦଶବର୍ଷ ଧରି ମମତା ବାନାର୍ଜୀ ପଶ୍ଚିମବଙ୍ଗର ଶାସନ ବ୍ୟବସ୍ଥାରେ ଥିଲେ ମଧ୍ୟ ଲୋକେ ସୁଶାସନ ଓରୋଜଗାରୁ ବଂଚିଚ ଅଛନ୍ତି । ସେଥିପାଇଁ ପଶ୍ଚିମବଙ୍ଗର ଜନସାଧାରଣ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟକରିବା ପାଇଁ ନିର୍ଣ୍ଣୟ କରିସାରିଥିବା ଶ୍ରୀ ପ୍ରଧାନ ନିଜ ଅଭିଭାଷରରେ ଉଲ୍ଳେଖ କରିଛନ୍ତି । ପଶ୍ଚିମବଙ୍ଗ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ତାମଲୁକ ଠାରେ ସ୍ୱାଧୀନତା ସଂଗ୍ରମାର ଅମର ନାୟିକା ମାତାଙ୍ଗିନୀ ହାଜ୍‌ରାଙ୍କ ସ୍ମୃତି ସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love