ଓଡ଼ିଆ ଲୋକ ମୋଦିଙ୍କୁ ବିଜୟ ଦେଇ ଡବଲ ଇଞ୍ଜିନ ସରକାର କରିବେ : ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଆଜି ଗଞ୍ଜାମ ଜିଲ୍ଲାର ଆସ୍କା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଏବଂ କନ୍ଧମାଳ ଜିଲ୍ଲା ଫୁଲବାଣୀର ଫିରିଙ୍ଗିଆ ଠାରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ଏହାସହ ସେ କହିଛନ୍ତି ରାଜ୍ୟବାସୀ ମୋଦିଙ୍କୁ ଭୋଟ ଦେଇ ମଜଭୁତ ଜବଲ ଇଞ୍ଜନ ସରକାର ବନାଇବେ ।  ନବୀନ ବାବୁ ତାମିଲନାଡୁର ଖଣି ମାଫିଆଙ୍କୁ ଓଡ଼ିଶା ଟ୍ରେଜେରୀର ଚାବି କାଠି ଦେଇଛନ୍ତି। ଏଥିପାଇଁ ଦିଲ୍ଲୀରେ ଅସ୍ଥିର ସରକାର ଚାହୁଁଥିବା ବେଳେ ଦିଲ୍ଲୀର ଚାବିକାଠି ନିଜ ପାଖରେ ରଖିବେ ବୋଲି କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ତଥା ରାହୁଲ ଗାନ୍ଧି, ଚନ୍ଦ୍ରବାବୁ, ମମତା ବାନାର୍ଜୀ, ମାୟାବତୀଙ୍କ ପରି ନବୀନ ବାବୁ ଦେଶରେ ଏକ ଅସ୍ଥିର ସରକାର ରହିବା କଥା କହୁଛନ୍ତି। ଦୁଇ ପଇସା ଅଧିକ ଟଙ୍କା ମିଳିବ ବୋଲି ସେମାନେ ଅସ୍ଥିର ସରକାର ଚାହୁଁଛନ୍ତି। ତେବେ ଦେଶରେ ଅସ୍ଥିର ନୁହଁ, ସ୍ଥିର ତଥା ମଜଭୁତ ସରକାରର ଆବଶ୍ୟକତା ରହିଛି ।

ପ୍ରଧାନ କହିଛନ୍ତି ଯେ ଚିକିଟିରେ ଶାସକ ଦଳର ଲୋକମାନେ ହାରିବା ଭୟରେ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ଆକ୍ରମଣ କରଛନ୍ତି। ଯିଏ ହାରିବା ଡରରେ ରୁହେ ସେ ହିଂସା କରେ। ୧୯ ବର୍ଷର ନବୀନ ବାବୁ ଓଡିଶାର ଲୋକଙ୍କ ପାଇଁ ଅନେକ କାମ କରିଥିବା କହୁଥିବା ବେଳେ ଗୁଣ୍ଡାଗର୍ଦ୍ଦି କାହିଁକି କରୁଛନ୍ତି। କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଲଗାଇ କାହିଁକି ଲୋକଙ୍କୁ ଡରେଇବା ଧମକେଇବା ଭଳି କାମ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Spread the love