ନବରଙ୍ଗପୁର ପୂଜାରିଗୁଡାରେ ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ନବରଙ୍ଗପୁର ଜିଲ୍ଲା ପୂଜାରିଗୁଡାରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ  ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସଭାରେ ଯୋଗଦେଇ ସେ କହିଥିଲେ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀ ପ୍ରମୁଖ ହୋଇଥିଲେ ମଧ୍ୟ ଇନ୍ଦ୍ରାବତୀ ନଦୀର ଜଳ ଜିଲ୍ଲାରେ ପହଁଚିପାରି ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଇନ୍ଦ୍ରାବତୀ ଜଳ ସେଚନ ପାଇଁ ଶୁଭ ଦେଇଥିଲେ ମଧ୍ୟ ବସ୍ତାଏ ସିମେଣ୍ଟର କାମ ଆରମ୍ଭ ହୋଇନାହିଁ । ନବରଙ୍ଗପୁର ଜିଲ୍ଲାକୁ ରେଳ ଲାଇନର ଅନୁମତି ମୋଦି ସରକାର ଦେଲେ । ମାତ୍ର ନବୀନ ସରକାର ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଦେଉନାହାନ୍ତି । ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରିୟତାକାରଣରୁ ନବୀନ ବାବୁ ରେଳ ଲାଇନ କାମ କରେଇ ଦେଉନାହାନ୍ତି । ୧୯ ବର୍ଷ ଶାସନରେ ନବରଙ୍ଗପୁର ଜିଲ୍ଲାରେ ଶୁଦ୍ଧ ପିଇବା ପାଣି ନାହିଁ, ବିଜୁଳି ନାହିଁ, ଡାକ୍ତର ନାହାନ୍ତି, ଶିକ୍ଷକଙ୍କୁ ଦରମା ଦେବାକୁ ପଇସା ନାହିଁ,ଚାଷର ସୁବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ,  ଜିଲ୍ଲାରେ କୁପୋଷଣ ଗମ୍ଭୀର ଅବସ୍ଥାରେ ଅଛି, ଲୋକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି । ଭାରତବର୍ଷରେ ମହିଳା ମାମଲାରେ ସବୁଠୁ ଅତ୍ୟାଚାରିତ ଓଡିଶା ।

ଏଠାରେ ସରକାରୀ ସ୍କୁଲରେ ୧୨ଟି ଝିଅ ଗର୍ଭବତୀ ହୋଇଛନ୍ତି, ୪ଟି ଝିଅ ପ୍ରସବ କରିଛନ୍ତି । କୁନ୍ଦୁଲି ଓ ବେବିନା ଆଜିର ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ବେବିନାର ହତ୍ୟାକାରୀଙ୍କୁ ନବୀନ ବାବୁ ଟିକେଟ୍ ଦେଇଛନ୍ତି । ଗରିବ ତଥା ଆଦିବାସୀ ମହିଳା କମଳା ପୂଜାରୀ କୋରାପୁଟ ଜିଲ୍ଲାର ଗୌରବ । ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କୁ ଅଣଦେଖା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ । କଟକର ଚା’ ବିକାଳୀ ଡି.ପ୍ରକାଶ ରାଓ କିମ୍ବା କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ଦେଇ ନରେନ୍ଦ୍ର ମୋଦି ଓଡିଶାର ସମ୍ମାନ ବଢାଇଛନ୍ତି । ଦିଲ୍ଲୀ ଓ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ସରକାର ହେଲେ ଆଗାମୀ ୫ ବର୍ଷ ମଧ୍ୟରେ ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା, ପକ୍କା ଘର ଦିଆଯିବ ।

ସେହିପରି ନବୀନ ପଟ୍ଟନାୟକଙ୍କ ସରକାରରେ ଅଙ୍ଗନବାଡି କର୍ମୀଙ୍କୁ ଅବହେଳିତ କରାଯାଇଛି । ବିଜେପିରେ ଓଡିଶା ସରକାର ହେଲେ ଅଙ୍ଗନବାଡୀ କର୍ମୀଙ୍କୁ ମାସିକ ଦରମା ୧୫, ୦୦୦ ଟଙ୍କା ଦିଆଯିବା ସହ ଅଙ୍ଗନବାଡୀ ସହାୟିକାଙ୍କ ଦରମା ୯ ହଜାର କରାଯିବ । ଜଳ ସେଚନ ପାଇଁ ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ଫଣ୍ଡର ବ୍ୟବସ୍ଥା କରାଯିବ ତଥା ନବରଙ୍ଗପୁରକୁ ଇନ୍ଦ୍ରାବତୀ ନଦୀର ଜଳ ପହଁଚେଇବାର ବ୍ୟବସ୍ଥା କରାଯିବ, ପଛୁଆ ଅଂଚଳକୁ ବିକଶିତ କରିବା ପାଇଁ ପାଣ୍ଠି ତିଆରି କରାଯିବ ଏବଂ ଅତ୍ୟାଧୁନିକ ମେଡିକାଲ ଗରିବଙ୍କ ସେବା ପାଇଁ କରାଯିବ । ଜଳ ସେଚନ ପାଇଁ ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ଫଣ୍ଡର ବ୍ୟବସ୍ଥା କରାଯିବ ତଥା ନବରଙ୍ଗପୁରକୁ ଇନ୍ଦ୍ରାବତୀ ନଦୀର ଜଳ ପହଁଚେଇବାର ବ୍ୟବସ୍ଥା କରାଯିବ, ପଛୁଆ ଅଂଚଳକୁ ବିକଶିତ କରିବା ପାଇଁ ପାଣ୍ଠି ତିଆରି କରାଯିବ ଏବଂ ଅତ୍ୟାଧୁନିକ ମେଡିକାଲ ଗରିବଙ୍କ ସେବା ପାଇଁ କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Spread the love