ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ

ଭୁବନେଶ୍ଵର ୧୮।୦୬: ବହୁ ବାଦ ବିବାଦ ଓ ବିରୋଧର ସ୍ଵର ଉଠିବା ପରେ ବାଟକୁ ଆସିଲା ହକି ଇଣ୍ଡିଆ। ଏଥିସହ ବଦଳିଲେ ହକି ଇଣ୍ଡିଆ ଆଡହକ୍‌ କମିଟିର ଚେୟାରମ୍ୟାନ୍। ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏବେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି ହକି ଇଣ୍ଡିଆ। କିଛି ଦିନ ପୂର୍ବରୁ ହକି ଇଣ୍ଡିଆ ଭୋଳାନାଥ ସିଂହଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ। କିନ୍ତୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। କିମ୍ବଦନ୍ତୀ ଦିଲୀପ ତିର୍କୀଙ୍କୁ କମିଟି କେବଳ ସଦସ୍ୟ କରିଥିଲା। ଏହାକୁ ନେଇ ସାରା କ୍ରୀଡା ଜଗତରେ ପ୍ରତିବାଦର ସ୍ଵର ଦେଖାଦେଇଥିଲା। ଫଳରେ ନିଜ ନିଷ୍ପତ୍ତି ଉପରେ ପୁନଃବାର କରିବାକୁ ବାଧ୍ୟ ହୋଇଇ ଥିଲା ହକି ଇଣ୍ଡିଆ।

ଶୁକ୍ରବାର ହକି ଇଣ୍ଡିଆ ହକି ଦିଲୀପ ତିର୍କୀଙ୍କୁ ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି। ସେହିପରି ପୂର୍ବରୁ ଆଡହକ୍ କମିଟିର ଚେୟାରମ୍ୟାନ୍ ହୋଇଥିବା ଭୋଳାନାଥ ସିଂହଙ୍କୁ ଆଡହକ୍ କମିଟିର ସଦସ୍ୟ କରାଯାଇଛି। କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା, ରାଜେନ୍ଦ୍ର ପାଣି, ଆରକେ ଶ୍ରୀବାସ୍ତକ ଓ ଅଧିପ ଦାସ ମଧ୍ୟ ଆଡହକ କମିଟିର ସଦସ୍ୟ ନିଯୁକ୍ତ ହୋଇଛନ୍ତି।

ହକି ଇଣ୍ଡିଆ କିଛି ଦିନ ତଳେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ହକି ଝାଡ଼ଖଣ୍ଡର ସଭାପତି ଭୋଳାନାଥ ସିଂହଙ୍କୁ ନିଯୁକ୍ତ କରିଥିଲା। ଅନ୍ୟପଟେ ଦିଲ୍ଲୀପ ତିର୍କୀଙ୍କୁ କେବଳ କମିଟିର ସଦସ୍ୟ କରିଥିଲା। ଯାହା ପରେ ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଓଡ଼ିଶାରେ ଏତେ ଦକ୍ଷ ହକି ଖେଳାଳି ଥାଉ ଥାଉ ବାହାର ରାଜ୍ୟର ବ୍ୟକ୍ତିଙ୍କୁ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ କରାଯିବା ଲୋକେ ସହଜରେ ଗ୍ରହଣ କରିପାରିନଥିଲେ। ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା।

Spread the love