ଶିକ୍ଷା ଏବଂ କ୍ୟାରିୟରରେ ସଫଳତା ଆଣିଥାଏ ଏହି ତତ୍ତ୍ବ

ଯଦି ଅଧିକ ସମୟ ଧରି ସଫଳତାର ଖୁସିକୁ ପାଇବାକୁ ଚାହୁଁଥିବେ ତେବେ କଠିନ ପରିଶ୍ରମ ସହ ଅନୁଶାସନରୁ ଦୂରରେ ରହିବା ଉଚିତ୍ ନୁହେଁ । ସେହିପରି ଗୀତା ଭାଗବତ ରେ ଶ୍ରୀ କୃଷ୍ଣ କହିଛନ୍ତି, ‘ଲକ୍ଷର ପ୍ରାପ୍ତି ପରିଶ୍ରମ ଅଟେ କାହିଁକି ନା ଅନୁଶାସନ ବିନା ଏହା ସମ୍ଭବ ନୁହେଁ’ । ପଣ୍ଡିତମାନଙ୍କ କହିବା ଅନୁସାରେ ପରିଶ୍ରମ ଦ୍ବାରା ବ୍ୟକ୍ତିର ଆତ୍ମବିଶ୍ବାସରେ ବୃଦ୍ଧି ହୋଇଥାଏ । ସଫଳତା ଓ ଲକ୍ଷର ପ୍ରାପ୍ତିରେ ଆତ୍ମବିଶ୍ବାସର ବିଶେଷ ଭୂମିକା ରହିଥାଏ ।

ଶିକ୍ଷା- ମହାନ ପଣ୍ଡିତଙ୍କ ମତ ଅନୁଯାୟୀ ଶିକ୍ଷା ଗ୍ରହଣ କରିବା ସମୟରେ କିଛି କଥା ଗୁଡିକୁ ବିଶେଷ ଧ୍ୟାନ ଦେବା ଉଚିତ୍ । ଏହି ସବୁ ବାର୍ତ୍ତାକୁଗୁଡିକ ଧ୍ୟାନ ରଖି ଶିକ୍ଷା ପ୍ରାପ୍ତ କରିବା ସହ ଆଗକୁ ଆସୁଥିବା ଅସୁବିଧା ଗୁଡିକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଚାଣକ୍ୟଙ୍କ କହିବା ଅନୁସାରେ ଖରାପ ଅଭ୍ୟାସ, ଖରାପ ଶିକ୍ଷା ପାଇବାରେ ସବୁଠାରୁ ବଡ ପ୍ରତିବନ୍ଧକ ଅଟେ ।  ଏହିମାନଙ୍କ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।

କ୍ୟାରିୟର- ପରିଶ୍ରମ ପଛରେ ସଫଳତାର ରହସ୍ୟ ଲୁଚିକି ରହିଥାଏ । ବିନା ପରିଶ୍ରମରେ କ୍ୟାରିୟରରେ କୌଣସି ସଫଳତା ମିଳେ ନାହିଁ । ଖାଲି ପରିଶ୍ରମରେ ନୁହେଁ ବରଂ ଏହା ସହ କଠୋର ଅନୁଶାସନର ମଧ୍ୟ ପାଳନ କରିବା ଉଚିତ୍ । ସଫଳତା ପାଇଁ ସମୟ ପରିଚାଳନାର ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏହା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍ ।

ସମୟର ସଦୁପଯୋଗ- ଜୀବନରେ ସମୟର ମୂଲ୍ୟ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯେଉଁ ବ୍ୟକ୍ତି ଜୀବନରେ ସମୟର ମୂଲ୍ୟ ଜାଣି ପାରନ୍ତି ନାହିଁ ସେ ତାଙ୍କ ଜୀବନରେ ଆଗକୁ ବଢିବାରେ ନାହିଁ । ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ । କାହିଁକି ନାଁ ସମୟ ଚାଲିଗଲେ ଆଉ ଫେରେ ନାହିଁ । ଏଥିପାଇଁ ସମୟର ମୂଲ୍ୟକୁ ବୁଝିବା ଉଚିତ୍ । ଯଦି ସଫଳତା ଦରକାର ତେବେ ପ୍ରତ୍ୟେକ କାର୍ଯ୍ୟକୁ ସମୟ ମଧ୍ୟରେ ଶେଷ କରିବା ପାଇଁ ଚେଷ୍ଟା କରିବା ଉଚିତ୍ ।

Spread the love