ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ

ନିରାଡମ୍ବର ଭାବେ ପାଳିତ ହେଉଛି ଇଦ ଉଲ ଫିତର । ଭଦ୍ରକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ତରଫରୁ କୋଭିଡ କଟକଣା ଜାରି ହୋଇଥିବାରୁ ଏଥର ନିରାଡମ୍ବର ଭାବେ ପାଳନ ହେଉଛି ।

ଦାନ ଓ ଧର୍ମର ପର୍ବ ହେଉଛି ଇଦ ଉଲ ଫିତର । ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀମାନେ ପୂର୍ବରୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ରୋଜା ରଖନ୍ତି । ରାତିରେ ଅତିରିକ୍ତ ନମାଜ ପଢିବା ସହ ତରାବି ପଢନ୍ତି । ମାସେ କାଳ ରୋଜା ରଖିବା ପରେ ଶେଷ ଦିନ ଇଫତାର କରନ୍ତି ।

ଏଥର କଟକଣା ପାଇଁ ଭଦ୍ରକ ସହରର ଇଦଗାହା ଠାରେ ସାମୁହିକ ନମାଜ ପାଠ ହେଉ ନାହିଁ । ବିଧି ଅନୁଯାୟୀ ପ୍ରଶାସନିକ ଅନୁମତି ଯୋଗୁଁ ମାତ୍ର ୫ ଜଣ ନମାଜ ପାଠ କରିଛନ୍ତି । ସମସ୍ତ ମସଜିଦରେ ମଧ୍ୟ ଅନୁରୂପ ଭାବେ ଇଦ ଉଲ ଫିତର ପାଳିତ ହେଉଛି ।

Spread the love