ବାତିଲ ହେଲା ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ, ୧୯/୫: ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ବା National Institute of Open Schooling (NIOS)ର ଦଶମ ଶ୍ରେଣୀ ପରୀକ୍ଷାକୁ ସମ୍ପୂର୍ଣ୍ଣ ରୁପେ ବାତିଲ କରାଯାଇଛି l ଏଥି ସହିତ ଦ୍ୱାଦଶ ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି l

ଚଳିତ ବର୍ଷର ପରୀକ୍ଷା କରିବା ପାଇଁ ବୋର୍ଡ ପକ୍ଷରୁ ଜୁନ ମାସକୁ ଧର୍ଯ୍ୟ କରାଯାଇଥିଲା l କିନ୍ତୁ କରୋନାର ଦ୍ଵିତୀୟ ଲହରକୁ ନେଇ ଏବେ ଦେଶରେ ସ୍ଥିତି ନିୟନ୍ତ୍ରଣାଧୀନ ନଥିବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଥିବା କୁହାଯାଇଛି l ଦ୍ୱାଦଶ ପରୀକ୍ଷା ବର୍ତମାନ ପାଇଁ ସ୍ଥଗିତ କରାଯାଇଛି l ପରିସ୍ଥିତି ଦେଖି ଜୁନ କୋଡିଏ ପରେ ପୁନର୍ବାର ଏ ବିଷୟରେ ଆଲୋଚନା କରାଯିବ ବୋଲି କୁହାଯାଇଛି l
ତେବେ ଦଶମ ଶ୍ରେଣୀର ଫଳ ବିଦ୍ୟାର୍ଥୀଙ୍କ ପାଇଁ ଲାଭ ଦାୟକ ହେଲା ଭଳି କରାଯିବ l ଆଗାମୀ ଭବିଷ୍ୟତରେ ପିଲାମାନେ କିପରି ହଇରାଣ ନ ହେବେ ସେନେଇ ଏନଆଇଓଏସ ବିଚାର କରୁଛି l ଯେଉଁମାନେ ଏହି ଫଳାଫଳରେ ସନ୍ତୁଷ୍ଟ ନୁହନ୍ତି ସେମାନେ ଚାହିଁଲେ ସ୍ଥିତି ସୁଧୁରିଲା ପରେ ପୁନର୍ବାର ପରୀକ୍ଷା ଦେଇପାରିବା ନେଇ ବିକଳ୍ପ ରଖାଯାଇଛି l ଏନେଇ ଏନଆଇଓଏସ ପକ୍ଷରୁ ସୂଚନା ଦିଆଯାଇଛି l

Spread the love