ପୁଲିସ-ନକ୍ସଲ ଗୁଳିବିନିମୟ: ଖସିଗଲେ ଦୁର୍ଦାନ୍ତ ନକ୍ସଲ, ମାଓ ସାମଗ୍ରୀ ଜବତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଦୁର୍ଦାନ୍ତ ନକ୍ସଲ ଖସି ଚାଲିଯିବାରେ ସଫଳ ହୋଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ୨୧୦ କୋବ୍ରା ବାଟାଲିୟନର ଯବାନ ଏବଂ ୮୫ ସିଆରପିଏଫ ଯବାନ ଗାଙ୍ଗଲୁର ଥାନା ଅନ୍ତର୍ଗତ ହିର୍ମଗଣ୍ଡ ଗ୍ରାମ ନିକଟସ୍ଥ ଜଂଗଲରେ ଚଢାଉ କରିଥିଲେ। ନକ୍ସଲ ପୁଲିସକୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ପାଲଟା ଜବାବ ଦେବାରୁ ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ତେବେ ଏହି ନକ୍ସଲ କ୍ୟାମ୍ପରେ ଦୁର୍ଦାନ୍ତ ନକ୍ସଲ ରହିଥିବା ପୁଲିସ କହିଛି। ଘଟଣାସ୍ଥଳରୁ ଯାବନ ବନ୍ଧୁକ,ଧନୁତୀର ସମେତ ବହୁ ମାଓ ସାମଗ୍ରୀ ଜବତ କରିଛି। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛି।

Spread the love