ନାବାଳିକା ଝିଅକୁ ବିକ୍ରି କରୁଥିଲା ମାଆ, ପଠାଇଥାନ୍ତା ଦୁବାଇ : ଉଦ୍ଧାର କଲା ବାପା

୧୩ ବର୍ଷର ନାବାଳିକାକୁ ବାହା କରି ଦୁବାଇ ପଠେଇବା ଯୋଜନା ହେଲା ପଣ୍ଡ । ବାପାଙ୍କ ଅଭିଯୋଗ ପରେ ନାବାଳିକା ଝିଅକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କଲେ ସ୍ବେଛାସେବୀ ।ଏପରି ଏକ ମାମଲା ସୁନ୍ଦରଗଡ ଜିଲ୍ଲା ରାଉରକେଲା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ସୂଚନାନୁସାରେ, ରାଉରଜେଲା ପ୍ଲାଣ୍ଟସାଇଟ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳର ଏହି ଘଟଣା ଘଟିଛି । ସବୁଠାରୁ ବଡ କଥା ହେଉଛି ଯେ, ଝିଅକୁ ବିକ୍ରି କରିବାର ଯୋଜନା କରୁଥିଲା ମାଆ। ସୋମବାର ନାବାଳିକାକୁ ବାପାର ଅନୁପସ୍ଥିତରେ ମାଆ ମହାରାଷ୍ଟ୍ର ଅଞ୍ଚଳର କ୍ରିଷ୍ଣା ମୋରିଆ ନାମକ ଜଣେ ଯୁବକ ସହ ମନ୍ଦିର ସମ୍ମୁଖରେ ଫୁଲ ମାଲ ସିନ୍ଦୁର ଦେଇ ଝିଅକୁ ବିବାହ କରୁଥିଲା  । ଏହାପରେ ଝିଅକୁ  ଦୁବାଇ ପଠେଇବା ପାଇଁ ଉଦ୍ୟମ କରିବା ସମୟରେ କିନ୍ତୁ ସବୁ ଫସର ଫାଟିଗଲା ।

ନାବାଳିକାର ବାପା  ମହିଳା ସ୍ୱେଚ୍ଛା ସେବୀଙ୍କ  ସହାୟତାରେ  ଝିଅକୁ ଉଦ୍ଧାର କରିଥିଲେ। ଝିଅକୁ ପୋଲିସ ହେପାଜତରେ ଦେବା ସହ ମହାରାଷ୍ଟ୍ର ଯୁବକଙ୍କୁ ପ୍ଲାଣ୍ଟସାଇଟ୍ ଥାନାରେ ଅଟକ ରଖାଯାଇଛି । ଏହାସହ ନାବାଳିକା ଝିଅକୁ ଚାଇଲଡ଼ ଲାଇନକୁ ହସ୍ତାନ୍ତର କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ସହରରେ ନାବାଳିକା, ଯୁବତୀ ସହ ଶିଶୁ ବିକ୍ରିର କାରବାର ବଢିଚାଲିଥିବା ଜଣାପଡିଛି ।

Spread the love