୧୦ଟାରେ ଅଫିସ ପହଞ୍ଚ : କୃଷିମନ୍ତ୍ରୀ ଅରୁଣ ସାହୁ

୧୦ଟାରେ ଅଫିସ ପହଞ୍ôଚବାକୁ ନିର୍ଦ୍ଦେଶ l କୃଷି ବିଭାଗର ସଂସାର ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୃଷିମନ୍ତ୍ରୀ ଅରୁଣ ସାହୁ ଆରମ୍ଭ କରିଛନ୍ତି ଅଭିଯାନ । ନିଜେ ସକାଳ ୧୦ଟାରୁ ଅଫିସ କରୁଥିବା ବେଳେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ କୃଷି ବିଭାଗର କର୍ମଚାରୀମାନେ ବି ସମାୟାନୁବର୍ତ୍ତି ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେମିତି ଚାଲିଛି କୃଷି ବିଭାଗ, ତାର ଅନୁଧ୍ୟାନ କରିବାକୁ  ସକାଳ ୧୦ଟାରେ କୃଷିମନ୍ତ୍ରୀ ନଅତାଲା ଠାରେ ଥିବା କୃଷି ନିର୍ଦ୍ଦେଶାଳୟରେ ପହଞ୍ôଚଥିଲେ । ଅନେକ କର୍ମଚାରୀ ଆସିଥିଲେ, ଆଉ କିଛି ଆସୁଥିଲେ । କିଛି କର୍ମଚାରୀ ବିଳମ୍ବରେ ଆସୁଛନ୍ତି, ବିଳମ୍ବରେ ଯାଉଛନ୍ତି । ନିର୍ଦ୍ଦେଶାଳୟରେ ବାୟୋମେଟ୍ରିକ ବ୍ୟବସ୍ଥା ଥିବାରୁ ତାର ଯାଞ୍ଚରୁ ଏହା ଜଣାପଡ଼ୁଛି । ତେବେ ସବୁ କର୍ମଚାରୀ ନିର୍ଦ୍ଦିଷ୍ଟ ସମୟରେ ଅଫିସ ଆସିବାକୁ କୃଷିମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଯେହେତୁ ଜିଲ୍ଲାର କର୍ମଚାରୀମାନେ ଭୁବନେଶ୍ୱର ଆସୁନାହାନ୍ତି । ତେଣୁ ମୁଖ୍ୟାଳୟରେ କୌଣସି ଫାଇଲ ଅଟକି ରହିବା ଉଚିତ ନୁହେଁ । ସେହିଭଳି କର୍ମଚାରୀମାନେ ଦପ୍ତରରେ କାମ କରିବାକୁ ସବୁ ସୁବିଧା ସୁଯୋଗ ଯୋଗାଇଦେବାକୁ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋପରି ଲିପ୍ଟରେ ତଳକୁ ଓହ୍ଳାଇବ ବେଳେ ତାର ଅବସ୍ଥା ଦେଖି ତୁରନ୍ତ ମରାମତି କରିବାକୁ ପୂର୍ତ୍ତ ସଚିବଙ୍କ ସହ କଥା ହେବେ ବୋଲି କହିଛନ୍ତି ।

Spread the love