ଚାଇନା ଜଙ୍ଗଲରେ ନିଆଁ , 30ରୁ 27 ଦମକଳ କର୍ମଚାରୀ ଦଗ୍ଧ

ଚାଇନାର ଦକ୍ଷିଣ-ପଶ୍ଚିମ କ୍ଷେତ୍ରରେ ଥିବା ଏକ ଜଙ୍ଗଲରେ ନିଆଁ ଲାଗି 30ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ 27 ଦମକଳ କର୍ମଚାରୀ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସିଚୁଆନ୍‌ ପ୍ରଦେଶର ଲିୟାଙ୍ଗଶାନ୍‌ ପାହାଡିଆ ଅଞ୍ଚଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀ କର୍ମଚାରୀ ଯାଇଥିଲେ।

ତେବେ ହଠାତ୍‌ ବିପରୀତ ଦିଗରେ ପବନ ବହିବାରୁ ନିଆଁରେ ଦମକଳ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିଲେ। ପ୍ରଭାବିତ ଅଞ୍ଚଳରୁ 6ଶହ 89 ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କୁହାଯାଉଛି।

Spread the love