ଆସନ୍ତାକାଲି ହୀରାକୁଦରେ ଛଡ଼ାଯିବ ପ୍ରଥମ ବନ୍ୟାଜଳ
ସମ୍ବଲପୁର : କମୁଛି ବର୍ଷା, ବଢୁଛି ବନ୍ୟା ଆଶଙ୍କା । ଆସନ୍ତାକାଲି ହୀରାକୁଦରେ ଛଡ଼ାଯିବ ପ୍ରଥମ ବନ୍ୟାଜଳ । ସକାଳ ୧୧ଟାରେ ୪ଟି ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବ । ସନ୍ଧ୍ୟାବେଳକୁ ସ୍ଥିତି ଦେଖି ଆବଶ୍ୟକ ପଡ଼ିଲେ ଆଉ ୨ଟି ଗେଟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ଯୋଜନା ରହିଛି । ଜଳଭଣ୍ଡାରର ଜଳସ୍ତର ରହିଛି ୬୧୧. ୨୩ ଫୁଟ । ପ୍ରତି ସେକେଣ୍ଡ ରେ ଜଳଭଣ୍ଡାର ଭିତରକୁ ୨ ଲକ୍ଷ ୬୨ ହଜ଼ାର କ୍ୟୁସେକ ଜଳ ପ୍ରବେଶ କରୁଛି ।
ମହାନଦୀ ରେ ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦରେ ବସିଛି ବଡ଼ ବୈଠକ । କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଫ୍ଲଡ଼ କ୍ରାଇସେସ ମ୍ୟାନେଜମେଣ୍ଟ ଟିମର ବୈଠକ ବସିଛି । ବୈଠକରେ ଓଡିଶା ଓ ଛତିଶଗଡ ସରକାରଙ୍କ ବରିଷ୍ଠ ଯନ୍ତ୍ରୀ ଯୋଗ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ବନ୍ୟା ଆଶଙ୍କା ନଥିବା ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ମୁଣ୍ଡଳୀରେ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।
