‘ଗର୍ବିତ ଓଡ଼ିଆ’ ପକ୍ଷରୁ ‘ସକାଳ’ ସହ-ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୮ା୯: ଓଡ଼ିଶା କିଛି ଆଗେଇଛି, ଅନେକ ବାଟ ଯିବାକୁ ଅଛି । ୨୦୩୬ରେ ଆମେ ସମୃଦ୍ଧ ଓଡ଼ିଶାର ପରିକଳ୍ପନା କରୁଥିବାବେଳେ ସବୁସ୍ତରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ଉଦ୍ୟମ କରିବା ଦରକାର। ସାପ୍ତାହିକୀ ଖବରକାଗଜ ‘ଗର୍ବିତ ଓଡ଼ିଆ’ ପକ୍ଷରୁ ଆୟୋଜିତ ‘କେତେ ଆଗେଇଛି ଓଡ଼ିଶା’ ଆଲୋଚନା ଚକ୍ରରେ ଅତିଥିମାନେ ଏହା କହିଛନ୍ତି । ସମ୍ପାଦକ ବଳରାମ ରଣସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଧାୟକ ଅରୁଣ ସାହୁ, ଅରବିନ୍ଦ ମହାପାତ୍ର, ତାରା ପ୍ରସାଦ ବାହିନୀପତି, ଟଙ୍କଧର ତ୍ରିପାଠୀ, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ସାମିଲ୍ ହୋଇଥିଲେ । ଏହି ଅବସରରେ ସକାଳର ସହ ସମ୍ପାଦକ ହେମନ୍ତ କୁମାର ମଲ୍ଲିକଙ୍କ ସମେତ ସନ୍ତୋଷ ସାହୁ, ଯଯାତି କେଶରୀ ରାଉତ, କଳାକାର ପ୍ରଜ୍ଞାରଞ୍ଜନ ଖଟୁଆ, ଶଙ୍କର ପ୍ରଧାନ ପ୍ରମୁଖଙ୍କୁ ସମ୍ବଦ୍ଧ୍ୱିର୍ତ କରାଯାଇଥିଲା । ଇଣ୍ଡିଆନ୍ ମିଡ଼ିଆ କଂଗ୍ରେସ ଓ ଗର୍ବିତ ଓଡ଼ିଆର ସାମ୍ବାଦିକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *