ମେନୋପଜ୍‌ ସହ ଜଡ଼ିତ ଏହି ୪ ଭଜାଇନାଲ୍‌ ସମସ୍ୟା; ବୟସ ପାଖେଇ ଆସିଲେ ଦେଖା ଦେଇଥାଏ ଭୟଙ୍କର ଲକ୍ଷଣ

ଯେତେବେଳେ ମହିଳାମାନଙ୍କ ମାସିକ ଧର୍ମ ବା ପିରିୟଡ୍ସ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଏ, ତ ସେହି ଅବସ୍ଥାକୁ ମେନୋପଜ୍‌ କୁହାଯାଏ। ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, କିନ୍ତୁ ପିରିୟଡ୍ସ ବନ୍ଦ ହେବା ପରେ ମହିଳାମାନଙ୍କୁ ଅନେକ ସମସ୍ୟା ଆସିପାରେ। ମେନୋପଜ୍‌ ସମୟରେ ମହିଳାମାନଙ୍କୁ ଏଷ୍ଟ୍ରୋଜେନ ଲେବଲରେ ହ୍ରାସ ଏବଂ ଭଜାଇନା ଖୋଲିବାରେ ଶାରୀରିକ ପରିବର୍ତ୍ତନ ଅନୁଭବ ହୋଇଥାଏ, ଯାହାକି ଶୁଷ୍କପଣ ଏବଂ ମୁତ୍ରାଶୟରେ ସଂକ୍ରମଣ ଭଳି ଲକ୍ଷଣ ସୃଷ୍ଟି କରିପାରେ। ଏହି ସମୟରେ ଆପଣଙ୍କୁ ଭଜାଇନାଲ ସମ୍ବନ୍ଧୀୟ ସମସ୍ୟା ହୋଇପାରେ।
ମେନୋପଜ୍‌ ସହ ଜଡ଼ିତ ଭଜାଇନାଲ ସମସ୍ୟା
-ପରିସ୍ରା କରିବା ସମୟରେ ଜ୍ୱଳନ: ଯଦି ଆପଣ ମେନୋପଜ୍ ବୟସରେ ଅଛନ୍ତି, ତା’ ହେଲେ ଏହି ସମୟରେ ପରିସ୍ରା କରିବା ଦ୍ୱାରା ଆପଣଙ୍କ ଭଜାଇନାଲ୍‌ ଏରିଆରେ ଜ୍ୱଳନ ହୋଇପାରେ। ଏହା ସାମାନ୍ୟ ଧରଣର ଜ୍ୱଳନ ହୋଇ ନ ଥାଏ, ଯାହା ସାଧାରଣତଃ ଡିହାଇଡ୍ରେସନ୍ କାରଣରୁ ହୋଇଥାଏ। ମେନୋପଜ ସମୟରେ ଶରୀରରେ ଏଷ୍ଟ୍ରୋଜେନର ସ୍ତର କମିଯାଏ, ଯଦ୍ଦ୍ଵାରା ଏହି ସମସ୍ୟା ଦେଖା ଦେଇପାରେ। ଯଦି ଯନ୍ତ୍ରଣା ଅସହ୍ୟ ହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

-ସେକ୍ସ ସମୟରେ ଯନ୍ତ୍ରଣା: ଏହା ଅନେକ କାରଣରୁ ହୋଇପାରେ। ଯୌନାଙ୍ଗରେ ଶୁଷ୍କତା, ପେଲଭିକ୍‌ ଏରିଆ ଆଖାପାଖରେ ଟାଣ ଲାଗିବା ଏବଂ ସଂକ୍ରମଣ ହେବା, ଏ ସମସ୍ତ ଲକ୍ଷଣ ସାଧାରଣତଃ ମେନୋପଜ୍ ସମୟରେ ହିଁ ଦେଖାଯାଇଥାଏ। ଏଥିମଧ୍ୟରୁ କିଛି ବି ଯନ୍ତ୍ରଣାଦାୟକ ସେକ୍ସ କାରଣରୁ ହୋଇପାରେ। ତେଣୁ ଯଦି ଆପଣ ସାମାନ୍ୟଠାରୁ ଟିକିଏ ଅଧିକ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତା’ ହେଲେ ତୁରନ୍ତ ନିଜ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ।

-ଭଜାଇନାର ଶୁଷ୍କପଣ: ଏହା ଏକ ଏମିତି ଅବସ୍ଥା, ଯେତେବେଳେ ଆପଣଙ୍କ ଯୌନାଙ୍ଗ ନିଜର ପ୍ରାକୃତିକ ଲୁବ୍ରିକେସନ ହରାଇ ବସିଥାଏ। ଏହା କମ୍‌ ବୟସରେ ମଧ୍ୟ ହୋଇଥାଏ, କିନ୍ତୁ ସାଧାରଣତଃ ମେନୋପଜ ନିକଟବର୍ତ୍ତୀ ହେଉଥିବା ମହିଳାମାନଙ୍କଠାରେ ଦେଖାଯାଇଥାଏ।

-ଭାଜିନାଇଟିସ୍: ଏହା ଶରୀରରେ ଏଷ୍ଟ୍ରୋଜେନର ଅସନ୍ତୁଳନ କାରଣରୁ ମଧ୍ୟ ହୋଇଥାଏ। ଏଥିରେ ଭଜାଇନାର ପାର୍ଶ୍ୱଗୁଡ଼ିକ ପତଳା, ଶୁଷ୍କ ଏବଂ ଫୁଲି ଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଆପଣଙ୍କ ଯୌନାଙ୍ଗକୁ ବିଭିନ୍ନ ସଂକ୍ରମଣର ଶିକାର କରିଥାଏ।

Spread the love