ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଓଡ଼ିଶାରେ ଯଦିଓ ଆଜି ବର୍ଷା କମିବ କିନ୍ତୁ ମହାନଦୀ ଉପରମୁଣ୍ଡରେ ଆଜି ପ୍ରବଳ ବର୍ଷା ହେବ | ପାଣିପାଗ ବିଭାଗ ପକ୍ଷରୁ କିଛି ଏଭଳି ସୂଚନା ଦିଆଯାଇଛି | ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାକୁ ଥିବାରୁ ମହାନଦୀରେ ପାଣି ବଢିପାରେ | ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସଙ୍କ ସୂଚନା ମୁତାବକ ୧୫ ସହରରେ ଗତ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ହେଇଛି। ଆଜି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ପ୍ରବଳ ବର୍ଷାର ସମ୍ଭାବନା ନାହିଁ। ମହାନଦୀ ଉପରମୁଣ୍ଡରେ ଆଜି ପ୍ରବଳ ବର୍ଷା ହେବ | ମହାନଦୀ ଉପରମୁଣ୍ଡରେ ୨୬ ରୁ ୩୭ ସେମି ବର୍ଷା ହେବାର ସମ୍ଭାବନା ରହିଛି ।ଉତ୍ତର ଛତିଶଗଡ଼ ନିକଟରେ ଅବପାତ ରହିଥିବାରୁ ଆଜି ଛତିଶଗଡ଼ରେ ପ୍ରବଳ ବର୍ଷା ହେବ। ୧୨ ଘଣ୍ଟାରେ ଦୁର୍ବଳ ହୋଇ ସୂଦୃସ ଲଘୁଚାପର ରୂପ ନେବ। ମୌସୁମୀ ସକ୍ରିୟ ରହିଥିବାରୁ ସମୁଦ୍ର ଅଶାନ୍ତ ରହିଛି | ଏଣୁ ଆସନ୍ତା ୧୨ ଘଣ୍ଟା ଯାଏଁ ସମୁଦ୍ର ମଧ୍ୟକୁ ନ ଯିବାକୁ ଧୀବରଙ୍କୁ ବାରଣ କରାଯାଇଛି | ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ବିଶେଷ ବର୍ଷା ନ ଥିବାରୁ ବନ୍ୟା ପ୍ରବଣ ଅଞ୍ଚଳରେ ନଦୀ ଜଳସ୍ତର ଆଉ ବିଶେଷ ବୃଦ୍ଧି ପାଇବ ନାହିଁ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Spread the love