ଭୀଷଣ ବର୍ଷା ଓ ପବନରେ ଭୁଶୁଡ଼ିଲା ୧୩୨ କେଭି ଟ୍ରାନ୍ସମିସନ୍ ଟାୱାର
କୋରାପୁଟ: ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନର ପ୍ରଭାବ । କୋରାପୁଟ ଜିଲ୍ଲା ମାଳିଗୁଡା ଅଞ୍ଚଳରେ ଭୁଶୁଡ଼ି ପଡ଼ିଛି ୧୩୨ କେଭିର ଏକ ବିଦ୍ୟୁତ୍ ଟ୍ରାନ୍ସମିସନ୍ ଟାୱାର । ପ୍ରବଳ ପବନ ଓ ବର୍ଷା ଯୋଗୁଁ ଟାୱାରଟି କ୍ଷତିଗ୍ରସ୍ତ ହୋଇ ତଳେ ପଡ଼ିଥିବା ଜଣାପଡ଼ିଛି । ଏହାର ପ୍ରଭାବରେ ଅଞ୍ଚଳର ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଭୁଶୁଡ଼ିଥିବା ଟାୱାରକୁ ହଟାଇ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ପ୍ରୟାସ କରାଯାଉଛି ।
