ହାଇକୋର୍ଟର ୨ ବିଚାରପତିଙ୍କ ଶପଥ ଗ୍ରହଣ

କଟକ  :  ଓଡିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଆଜି ପୁରୁଣା ହାଇକୋର୍ଟ କନଫରେନ୍ସ ହଲରେ  ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଉଭୟଙ୍କ ଶପଥ ପାଠ କରାଇଛନ୍ତି।
ଜଷ୍ଟିସ ଶୁଭାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିବା ବେଳେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ନୂତନ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଶପଥ ଗ୍ରହଣ ଉତ୍ସବରେ ବହୁ ଜଜ୍‌ଙ୍କ ସମେତ ବରିଷ୍ଠ ଆଇନଜୀବୀ ଓ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Spread the love