ସୋଆ ଆଇବିସିଏସ୍ ପକ୍ଷରୁ ଏଆଇ-ସକ୍ଷମ ଶିଳ୍ପ ୫.୦ ମ୍ୟାନେଜମେଂଟ୍ ଶିକ୍ଷା ଉପରେ ୫ ଦିନିଆ ଫ୍ୟାକଲ୍ଟି ବିକାଶ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱରର, ଜୁଲାଇ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫ୍ୟାକଲ୍ଟି ଅଫ୍ ବିଜ୍‌ନେସ୍ ଆଣ୍ଡ କମ୍ଫ୍ୟୁଟର ସାଇନସେସ୍‌(ଆଇବିସିଏସ୍‌) ପକ୍ଷରୁ ଗତ ଶନିବାର ଶିକ୍ଷାଦାନ କ୍ଷେତ୍ରରେ ଉତ୍କଷର୍ତା, ଗବେଷଣା କ୍ଷମତା ଏବଂ ଶୈକ୍ଷିକ ନେତୃତ୍ୱକୁ ପୁନଃ ପରିଭାଷିତ କରିବା \”ଉପରେ ଏକ ୫ ଦିନିଆ ଫ୍ୟାକଲ୍ଟି ବିକାଶ କାର୍ଯ୍ୟକ୍ରମ (ଏଫ୍‌ଡିପି) ଆରମ୍ଭ ହୋଇଛି । “ଏଆଇ-ଏନାବଲଡ ଇଣ୍ଡଷ୍ଟ୍ରି ୫.୦ ମ୍ୟାନେଜମେଂଟ ଏଜୁକେସନ: ରିଡିଫାଇନିଂ ଟିଚିଂ ଏକ୍ସିଲେନସ୍‌, ରିସର୍ଚ୍ଚ କ୍ୟାପାବିଲିଟି ଆଣ୍ଡ ଏକାଡେମିକ ଲିଡରସିପ”୍ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପି. କେ. ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଟିସିଏସ୍‌ର ଗ୍ରୋଥ୍ ମାର୍କେଟ୍‌-କ୍ଲାଉଡ୍ ଇନଫ୍ରାଷ୍ଟଚର ୟୁନିଟ୍‌ର ଆପ୍ଲିକେସନ୍ ମଡର୍ଣ୍ଣାଇଜେସନ୍ ଆଣ୍ଡ ଡିଜିଟାଲ୍ ଟ୍ରାନ୍ସଫର୍ମେଶନ୍ ଡେଲିଭରି ହେଡ୍ ଡକ୍ଟର ଶ୍ରୀକାନ୍ତ କୁମାର ମହାପାତ୍ର, ସୋଆ ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ଅୟଶକାନ୍ତ ମହାନ୍ତି, ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ଏବଂ ପ୍ରଫେସର (ଡକ୍ଟର)ବନ୍ଦନା ନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଶିଳ୍ପ ବିଶେଷଜ୍ଞମାନେ ସାମିଲ ହୋଇ କୃତ୍ରିମ ବୁଦ୍ଧିମତା ଉପରେ ଶିଳ୍ପ ୫.୦, ଡିଜିଟାଲ୍ ପରିବର୍ତନ, ଏଆଇ ବ୍ୟବହାର ଦ୍ୱାରା ଶିକ୍ଷାଦାନ, ଗବେଷଣା, ଏଚ୍‌ଆର ଆନାଲିଟିକ୍ସ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇଥିବା ମ୍ୟାନେଜମେଂଟ ଶିକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଟିସିଏସ୍‌ର ଡେଲିଭରି ହେଡ୍ ଡକ୍ଟର ମହାପାତ୍ର, ଟିସିଏସ୍‌ର ଏଆଇ କନ୍‌ସଲଟାଂଟ୍ ଶ୍ରୀମତୀ ସୀତା ନାୟକ, ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର (ଡକ୍ଟର) ସୁଚିତ୍ରା ପାଲ, ଟିସିଏସ୍ ର ଚିଫ୍ ଆର୍କିଟେକ୍ଟ ଶ୍ରୀ ବିଶ୍ୱରଞ୍ଜନ ଜେନା, ସିନିୟର୍ କନ୍‌ସଂଲାଟ୍ ଶ୍ରୀମତୀ ସସ୍ମିତା ପଟ୍ଟନାୟକ, ସୋଆ ଆଇବିସିଏସ୍‌ର ପ୍ରଫେସର (ଡକ୍ଟର) ବନ୍ଦନା ନାୟକ, ପ୍ରଫେସର (ଡକ୍ଟର) ଗଣେଶ ପ୍ରସାଦ ଦାସ, ସେଂଟ୍ରାଲ୍ ୟୁନିଭର୍ସିଟି,ରାଜସ୍ଥାନର ପ୍ରଫେସର (ଡକ୍ଟର) ଉମା ଶଙ୍କର ମିଶ୍ର, ଜାଭିୟର୍ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଲଲାଟେନ୍ଦୁ କେଶରୀ ଜେନା, ଶ୍ରୀ ଶ୍ରୀ ୟୁନିଭର୍ସିଟି (ଏସ୍‌ଏସ୍‌ୟୁ)ର ପ୍ରଫେସର (ଡକ୍ଟର) ସୁନୀଲ କୁମାର ଧଳ, ବାଙ୍ଗାଲୁରୁ ୱିପ୍ରୋ ଲିମିଟେଡ୍‌ର ଏଆଇ ସ୍କିଲିଂ ହେଡ୍ ଶ୍ରୀ ଏସ୍‌.ପି. ମହାପାତ୍ର, ବେଙ୍ଗାଲୁରୁ ବିଜିନେସ୍ ଟେକ୍‌ନୋଲୋଜି କନ୍‌ସଂଲାଟ୍ ଶ୍ରୀ ପାର୍ଥ ପଣ୍ଡା, ଆଇବିସିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଅମରେଶ ଚନ୍ଦ୍ର ନାୟକ ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍‌)ର ପୂର୍ବତନ ଜେନେରାଲ୍ ମ୍ୟାନେଜର୍‌(ଏଚ୍‌ଆର) ଶ୍ରୀ ସୂର୍ଯ୍ୟ କୁମାର ଷଡଙ୍ଗୀ ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗ ଦେଇ ମତ ରଖିଥିଲେ। ଏହି ଅଧିବେଶନ ଗୁଡ଼ିକ ଅଂଶଗ୍ରହଣକାରୀ ମାନଙ୍କୁ ଏଆଇ-ସକ୍ଷମ ଶିକ୍ଷାଦାନ, ଶିଳ୍ପ ୫.୦ ପ୍ରୟୋଗ, ଡିଜିଟାଲ୍ ପରିର୍ବତନ, ନେତୃତ୍ୱ ଏବଂ ଉଦୀୟମାନ ଗବେଷଣା ସୁଯୋଗ ବିଷୟରେ ବ୍ୟବହାରିକ ଅର୍ନ୍ତଦୃଷ୍ଟି ପ୍ରଦାନ କରିଥିଲା । ଏହି ଏଫ୍‌ଡିପି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ବି\’ସ୍କୁଲ ଗୁଡିକର ଅଧ୍ୟାପକମାନେ ଯୋଗ ଦେଇଥିଲେ। ଏହାକୁୂ ଆଇବିସିଏସ୍‌ର ପ୍ରଫେସର (ଡକ୍ଟର) ବନ୍ଦନା ନାୟକ ଏବଂ ଡକ୍ଟର ଅମରେଶ ଚନ୍ଦ୍ର ନାୟକ ମିଳିତ ଭାବରେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *