ଦିଲ୍ଲୀ ରେ ପ୍ରଗତି ଓଡ଼ିଆ ସମାଜ ତରଫରୁ ସ୍ୱାଧୀନତା ଦିବସ ପାଳିତ

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ରେ ଥିବା ସାମାଜିକ ଓ ସାଂସ୍କୃତିକ ସଂଗଠନ “ପ୍ରଗତି ଓଡ଼ିଆ ସମାଜ “ତରଫରୁ  ସ୍ୱାଧୀନତା ଦିବସ ମହାସମାରୋହ ସହ ପାଳିତ ହୋଇଯାଇଛି l ସ୍ଥାନୀୟ ଲଡ଼ୁ ସରାଇ ସ୍ଥିତ ହନୁମାନ ମନ୍ଦିର ପରିସରରେ ଏହି ଅବସରରେ ଆୟୋଜିତ ଉତ୍ସବ ରେ ସଂଗଠନ ର କାର୍ଯ୍ୟକାରୀ କମିଟି ର ବରିଷ୍ଠ ସଦସ୍ୟ ଗଣେଶ କୁମାର କର ପୂର୍ବାହ୍ନ ଦଶ ଟା ବେଳେ ଜାତୀୟ ପତାକା ଉତୋଳନ କରିଥିବା ବେଳେ ସଂଗଠନ ର ସଭାପତି ସୋମନାଥ ସ୍ୱାଇଁ ସ୍ୱାଧୀନତା ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ଉଦବୋଧନ ଦେବା ସହ ଯେଉଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଷ୍ଠ ଉଦ୍ୟମ, ତ୍ୟାଗ, ବଳିଦାନ ଓ ଆଦର୍ଶ ଦ୍ୱାରା ଦେଶ ଆଜି ସ୍ୱାଧୀନତା ପ୍ରାପ୍ତ ହୋଇଛି ସେମାନଙ୍କୁ ସ୍ମୁତି ଚାରଣ କରି ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଦେଶ ର ଏକତା ଓ ଅଖଣ୍ଡତା କୁ ବଜାୟ ରଖି ରାଷ୍ଟ୍ର ର ସର୍ବାଙ୍ଗୀନ ଉନ୍ନତି ଦିଗରେ ସମସ୍ତେ ସହଯୋଗ କରିବl ଉଚିତବୋଲି ମତବ୍ୟକ୍ତ କରିଥିଲେ l.  ଏହି ଅବସରରେ ସଂଗଠନ ର ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କ ସହଯୋଗ ରେ ସ୍ଥାନୀୟ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (A.I.I. M. S. )ଏ. ଆଇ. ଆଇ. ଏମ. ଏସ. ରାସ୍ତା ପାର୍ଶ୍ୱ ରେ ଚାରି ହଜାର ପାଖାପାଖି ଅସହାୟ, ଗରିବ ଓ ରୋଗୀ ଙ୍କୁ ଫଳ ବିତରଣ କରାଯାଇଥିଲା l ପ୍ରଗତି ଓଡ଼ିଆ ସମାଜ ର ଏହି ମହାନ ସେବା କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରାଯାଇଥିବା ବେଳ ସଂଗଠନ ର ସଭାପତି ସୋମନାଥ ସ୍ୱାଇଁ କହିଛନ୍ତି ସେବା ହିଁ ଆଧ୍ୟାତ୍ମିକତl ର ପ୍ରଧାନ ମାର୍ଗ ଓ ସେବା ମାଧ୍ୟମ ରେ ଠାକୁର ଙ୍କ କୃପା ଲାଭ କରିବା ମାନବ ଜାତିର ଶ୍ରେଷ୍ଠ ଧର୍ମ ତେଣୁ ପ୍ରଗତି ଓଡ଼ିଆ ସମାଜ ସଂଗଠନ ର ଅନ୍ୟlନ୍ୟ କାର୍ଯ୍ୟକ୍ରମ ସହ ସେବା କୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି l

Spread the love