ନିର୍ବାଚନ ପରେ ଇରାନଠାରୁ ତେଲ କିଣାଯିବା ନେଇ ନିଆଯିବ ନିଷ୍ପତ୍ତି
ନିର୍ବାଚନ ପରେ ହିଁ କହିହେବ ଇରାନଠାରୁ ତେଲ କିଣାଯିବ ନା ନାହିଁ କିଛି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ | ଭାରତ ଗସ୍ତରେ ଆସିଥିବାବେଳେ ଏ ନେଇ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଆଲୋଚନା କରିଥିଲେ | ଦୁଇ ନେତାଙ୍କ ମଧ୍ୟରେ ବୈଠକ ପରେ ଜାଭେଦ କହିଛନ୍ତି ଯେ ଅଶୋଧିତ ତୈଳ କିଣାଯିବା ନେଇ ନିଷ୍ପତ୍ତି ଲୋକସଭା ନିର୍ବାଚନ ଫଳାଫଳ ପରେ ନିଆଯିବ | ସେ କହିଛନ୍ତି ଭାରତର ବ୍ୟବସାୟିକ ଆବଶ୍ୟକତା,ଶକ୍ତି ସୁରକ୍ଷା ଓ ଆର୍ଥିକ ଫାଇଦାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ | କାରଣ କିଛିଦିନ ପୂର୍ବେ ଇରାନ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିଲା| ଆଉ ଇରାନରୁ ତେଲ ନ କିଣିବା ପାଇଁ ଭାରତ ସମେତ 8ଟି ଦେଶକୁ କହିଥିଲା | ଆମେରିକା ପକ୍ଷରୁ କୁହାଯାଇଥିଲା ଇରାନରୁ ତେଲ କିଣିଲେ ଇରାନ ଭଳି ଆର୍ଥିକ ପ୍ରତିବନ୍ଧକ ସହିବାକୁ ପଡିବ |