୧୬ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ, ଯାଜପୁର ଜିଲ୍ଲାପାଳଙ୍କ ସୂଚନା

ଯାଜପୁର: ବାତ୍ୟାକୁ ଆଖି ଆଗରେ ରଖି ୧୬ ନଂ ଜାତୀୟ ରାଜପଥ ଉପରେ ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ବାରଣ ବର୍ଷା ପବନ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛ। ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୧୨ ଟା ଠାରୁ ଆସନ୍ତାକାଲି ଦିନ ୧୨ ଟା ପର୍ପ୍ୟନ୍ତ ଜାତୀୟ ରାଜପଥ ଦେଇ କୌଣସି ଗାଡ଼ି ଯାତାୟତ କରି ପାରିବ ନାହିଁ।

କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଗାଡ଼ି ଯାତାୟତ କରିପାରିବ। ତେବେ ଏହି ସମୟ ମଧ୍ୟରେ କୌଣସି ଗାଡି ଚଣ୍ଡିଖୋଲ ଠାରୁ ୧୬ ନଂ ଜାତୀୟ ରାଜପଥ ଦେଇ ଵାଲେଶ୍ବର ଆଡ଼କୁ ଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ନିର୍ଦେଶ ଦେଇଛନ୍ତି।

Spread the love